Categories: ଖେଳ

ଟାଇଟଲ ଜିତିଲେ ନିଶିଓକା

ସିଓଲ, ୩ା୧୦(ଏପି): ଜାପାନର ୟୋଶିହିତୋ ନିଶିଓକା କୋରିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାର ଫାଇନାଲରେ ସେ ଚତୁର୍ଥ ସିଡ୍‌ ତଥା କାନାଡ଼ାର ଡେନିସ ଶାପୋଭାଲୋଭ୍‌ଙ୍କୁ ୬-୪, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା ହେଉଛି ଦ୍ୱିତୀୟ ଟାଇଟଲ।

୨୭ ବର୍ଷୀୟ ଜାପାନିଜ୍‌ କ୍ୱାର୍ଟର ଫାଇନାଲରେ ବିଶ୍ୱର ୨ ନମ୍ବର କାସ୍ପର ରୁଡ୍‌ଙ୍କୁ ପରାସ୍ତ କରିଥିଲେ। ସେ ତାଙ୍କ ପ୍ରଥମ ଟାଇଟଲ ୨୦୧୮ରେ ଶେନ୍‌ଜେନ୍‌ ଓପନ୍‌ଠାରେ ହାସଲ କରିଥିଲେ। ସୂଚନାଯୋଗ୍ୟ, ୧୯୯୬ ପରେ ସିଓଲକୁ ପ୍ରଥମଥର ଏଟିପି ଟୁର୍‌ ଫେରିଛି।

Share