
ନୂଆଦିଲ୍ଲୀ,୨୮।୩: ନିଶାନ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି-ଏମ୍ପିଭିର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ୭ ସିଟର ‘ବି-ଏମ୍ପିଭି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଜାପାନର ୟୋକୋହାମାଠାରେ ଉଦ୍ଯାପିତ ଗ୍ଲୋବାଲ ପ୍ରଡକ୍ଟ ଶୋ’କେସ୍ ଇଭେଣ୍ଟରେ କମ୍ପାନୀ ଭାରତ ପାଇଁ ନିର୍ମିତ ଦୁଇଟି ନୂତନ ଉପତ୍ାଦକୁ ପ୍ରଦର୍ଶିତ କରିଥିଲା। ଏଠାରେ ପ୍ରଥମ ଥର ପାଇଁ ନୂଆ ୭-ସିଟର ବି-ଏମ୍ପିଭି (ମଲ୍ଟି-ପର୍ପୋଜ ଭେଇକିଲ)ର ବିଶ୍ୱସ୍ତରୀୟ ଉନ୍ମୋଚନ ସହ ନିଶାନ ଏହାର ଯୋଜନାବଦ୍ଧ ଉତ୍ପାଦ ଲଞ୍ଚ ଆରମ୍ଭ କରିଛି। ଏହି ନୂଆ ଉତ୍ପାଦକୁ ୨୦୨୫ ଆର୍ଥିକ ବର୍ଷରେ କମ୍ପାନୀର ଭାରତ ଉତ୍ପାଦ ପୋର୍ଟଫୋଲିଓର ନୂଆ ଅଂଶ ଭାବେ ଲଞ୍ଚ କରାଯିବ। ସେହିପରି ୨୦୨୬ରେ ପୂର୍ବରୁ ଘୋଷଣା କରାଯାଇଥିବା ଏକ ୫ ସିଟର ସି-ଏସ୍ୟୁଭି (କମ୍ପାକ୍ଟ ସ୍ପୋର୍ଟସ ୟୁଟିଲିଟି ଭେଇକିଲ) ମଧ୍ୟ ଲଞ୍ଚ କରାଯିବ। କମ୍ପାନୀ ଆଜି ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଦୁଇଟି ନୂତନ ଉତ୍ପାଦର ଟିଜର ଶେୟାର କରିଛି, ଯାହା ଉଭୟ ଗାଡ଼ିର ଲଞ୍ଚ ସମୟକୁ ନିଶ୍ଚିତ କରୁଛି। ନିଶାନ ମୋଟର ଇଣ୍ଡିଆ ବି/ସି ଓ ଡି-ଏସ୍ୟୁଭି ସେଗ୍ମେଣ୍ଟରେ ଭାରତୀୟ ଗ୍ରାହକଙ୍କ ପାଇଁ ୨୦୨୬ ଆର୍ଥିକ ବର୍ଷ ସୁଦ୍ଧା ୪ଟି ନୂତନ ଉତ୍ପାଦର ବଜାର ପ୍ରବେଶ କରାଇବା ପାଇଁ ଟ୍ରାକ୍ରେ ରହିଛି। ଆଉ ଏକ ଆଇକୋନିକ ନିଶାନ ଏସ୍ୟୁଭିରୁ ପ୍ରେରିତ ହୋଇଥିବା ନୂଆ ସି-ଏସ୍ୟୁଭି ନିଶାନ ପାଟ୍ରୋଲଠାରୁ ଏହାର ଡିଜାଇନ ପ୍ରେରଣା ହାସଲ କରିଛି। ଏହି ସି-ଏସ୍ୟୁଭି ପ୍ରକୃତ ନିଶାନ ଏସ୍ୟୁଭି ଡିଏନଏ ଏବଂ ସମାନ ନିର୍ଭରଯୋଗ୍ୟତା, ପ୍ରିମିୟମ କାରିଗରୀ ଓ ଟେକ୍ନୋଲୋଜି ପ୍ରଦାନ କରିବ ଯାହା ପାଇଁ ନିଶାନ ବିଶ୍ୱବ୍ୟାପୀ ଲୋକପ୍ରିୟ । ଅନ୍ୟପକ୍ଷରେ ନିଶାନ ୭-ସିଟର ବି-ଏମ୍ପିଭି ନିଜର କ୍ରୟକୁ ସର୍ବାଧିକ କରିବାକୁ ଚାହୁଁଥିବା ମୂଲ୍ୟ ସଚେତନ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ, ଗୁଣବତ୍ତା ଓ ଆରାମ ପ୍ରଦାନ କରିବ। ନିଶାନ ବି-ଏମପିଭି ମସ୍କୁଲାର ଷ୍ଟାଇଲିଂ ପ୍ରଦାନ କରିବ ଯାହା ନିଶାନର ଭିନ୍ନ ଡିଜାଇନ ଦର୍ଶନ ପାଇଁ ସ୍ବତନ୍ତ୍ର ।