Posted inଜାତୀୟ

ବଦଳିଲା ନିଟ୍‌-ପିଜି ପରୀକ୍ଷା ତାରିଖ

ନୂଆଦିଲ୍ଲୀ,୨୦।୩: ଭାରତର ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ହେବାକୁ ଥିବା ଅନେକ ବଡ ପରୀକ୍ଷା ଏହାଦ୍ୱାରା ପ୍ରଭାବିତ ହୋଇଛି। ଏହି ତାଲିକାରେ NEET UG ଏବଂ ICAI CA ପରି ବଡ ପରୀକ୍ଷା ସାମିଲ ଅଛି। ଆଜି NEET PG ସମ୍ବନ୍ଧରେ ଏକ ବଡ ଆସିଛି। କୁହାଯାଇଛି ଯେ, ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି NEET PG ପରୀକ୍ଷାରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହି ପରୀକ୍ଷା ପୂର୍ବରୁ ଜୁଲାଇ ୭ରେ ଅନୁଷ୍ଠିତ ହେବାର ଥିଲା, ବର୍ତ୍ତମାନ ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଜାତୀୟ ମେଡିକାଲ କମିଶନ ଏ ସମ୍ପର୍କରେ ସୂଚନା ପ୍ରଦାନ କରି ବିଜ୍ଞପ୍ତି ଜାରି କରିଛନ୍ତି।
ଜାତୀୟ ମେଡିକାଲ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, NEET PG ପାଇଁ ଯୋଗ୍ୟ ହେବା ପାଇଁ ଇଣ୍ଟର୍ନସିପ ସମାପ୍ତ କରିବାର କଟ ଅଫ ତାରିଖ ଅପରିବର୍ତ୍ତିତ ରହିବ। ଏହି ତାରିଖ ୧୫ ଅଗଷ୍ଟ ଅଟେ। ଜୁଲାଇ ୧୫ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୬ରୁ ଏକାଡେମିକ ଅଧିବେଶନ ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ ଏହି ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ମଧ୍ୟ ଥରେ ପରିବର୍ତ୍ତନ କରାଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri