ନିଟ୍‌ (ୟୁଜି) ୨୦୨୩ରେ ଜିନ୍ଦେଗୀ ଫାଉଣ୍ଡେଶନର ବାଜିମାତ୍‌

ଭୁବନେଶ୍ୱର,୧୮।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଟ୍‌ (ୟୁଜି) ଫଳାଫଳରେ ଜିନ୍ଦେଗୀ ଫାଉଣ୍ଡେଶନର ୧୩ରୁ ୧୩ ଜଣ ଛାତ୍ର ବାଜିମାତ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିଟ୍‌ (ୟୁଜି) ୨୦୨୩ର ଫଳାଫଳ ନିକଟରେ ପ୍ରକାଶିତ ହୋଇଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଜିନ୍ଦେଗୀ ଫାଉଣ୍ଡେଶନର ୧୩ ଛାତ୍ରୀଛାତ୍ର ସଫଳତାର ସହ କୃତିତ୍ୱ ହାସଲ କରିଛନ୍ତି। ଏ ସମ୍ପର୍କରେ ଜିନ୍ଦେଗୀ ଫାଉଣ୍ଡେଶନର ପ୍ରତିଷ୍ଠାତା ଅଜୟ ବାହାଦୁର ସିଂ କହିଛନ୍ତି, ଫାଉଣ୍ଡେଶନର ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ଆଶା ଓ ଲକ୍ଷ୍ୟ ପୂରଣ ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି। ଏପରିକି ୨୦୨୩-୨୪ ଶିକ୍ଷା ବର୍ଷରେ ଫାଉଣ୍ଡେଶନ ୧୩ ଛାତ୍ରୀଛାତ୍ର ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫାଉଣ୍ଡେଶନର ଛାତ୍ର ବିଶ୍ୱରଞ୍ଜନ ୭୨୦ରୁ ୬୪୦ ନମ୍ବର ଓ ସୂର୍ଯ୍ୟକାନ୍ତ ୬୦୪ ନମ୍ବର ରଖିଥିବାବେଳେ ଅନ୍ୟମାନେ ମଧ୍ୟ ଭଲ ନମ୍ବରରେ କୃତକାର୍ଯ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୭ବର୍ଷ ମଧ୍ୟରେ ଫାଉଣ୍ଡେଶନର ୧୦୩ ଜଣ ଛାତ୍ର ମେଡିକାଲ କଲେଜରେ ନାମ ଲେଖାଇବା ସହ କେତେଜଣ ଛାତ୍ର ଚିକିତ୍ସକ ମଧ୍ୟ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ଜିନ୍ଦେଗୀ ଫାଉଣ୍ଡେଶନ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

Share