Categories: ଖେଳ

ବିଶ୍ୱ ଚାମ୍ପିୟନ୍‌ ଅଧିନାୟକ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ, ଜାଣନ୍ତୁ କ’ଣ ପୁରା ଘଟଣା-Video

ନୂଆଦିଲ୍ଲୀ,୭।୭: ଆଇପିଏଲ୍‌ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହି ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହା ପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋଅର୍ସ ସଂଖ୍ୟା କମିଯାଇଥିଲା। ହେଲେ ଏସବୁ ମଧ୍ୟରେ ପୁଣିଥରେ ବିଶ୍ୱକପ୍‌ ବିଜେତା ଅଧିନାୟକ ଚର୍ଚ୍ଚାରେ ରହିଛନ୍ତି। କାରଣ ଅଧିନାୟକ ପଦରୁ ହଟାଇଥିଲେ ହେଁ ଅମ୍ବାନୀ ପରିବାର ସହ ତାଙ୍କ ସମ୍ପର୍କ ପୂର୍ବଭଳି ରହିଛି। ନିକଟରେ ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ ଉତ୍ସବରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ମାଲିକାଣୀ ନୀତା ଅମ୍ବାନୀ ତାଙ୍କୁ ଷ୍ଟେଜ୍‌ ଉପରକୁ ଡାକି କାନ୍ଦିଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓକୁ ନେଇ ଜଣେ ବ୍ୟବହାରକାରୀ ଏକ୍ସରେ କହିଛନ୍ତି ଯେ, ମୁଁ ଭାରତୀୟ ନୁହେଁ, ହେଲେ ଏସବୁ ମୋ ହୃଦୟକୁ ଛୁଇଁଛି। ଭିଡିଓ ଦେଖି ମୋ’ ଆଖିରେ ଲୁହ ଆସିଗଲା। ଲୋକଙ୍କୁ ସକରାତ୍ମକ କାରଣରୁ ଖୁସିହେଉଥିବା ଦେଖି ଭଲ ଲାଗେ। ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା।

କହିରଖୁଛୁ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ବିବାହ ଜୁଲାଇ ୧୨ରେ ଆରମ୍ଭ ହେବ। ଏହା ପୂର୍ବରୁୁ ସଙ୍ଗୀତ ସେରିମନିର ଆୟୋଜନ କରାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଅନ୍ୟ ଖେଳାଳି ସାମିଲ ହୋଇଥିଲେ।

Share