ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶଙ୍କର ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହକୁ ନେଇ ଦେଶ ତଥା ବିଦେଶ ସବୁଠାରେ ଚର୍ଚ୍ଚା ହୋଇଥିଲା। ଏହା ପୂର୍ବରୁ ଝିଅ ନୀତା ଅମ୍ବାନୀଙ୍କ ବିବାହକୁ ନେଇ ମଧ୍ୟା ଚର୍ଚ୍ଚା ଜୋର୍ ଧରିଥିଲା। ଆକାଶଙ୍କ ବିବାହ ଶ୍ଲୋକା ମେହତାଙ୍କ ସହ ହୋଇଛି। ଶ୍ଲୋକା ହେଉଛନ୍ତି ହୀରା ବ୍ୟବସାୟୀ ରସେଲ ମେହତାଙ୍କ ଝିଅ। ଏହି ବିବାହରେ ସମଗ୍ର ବିଶ୍ୱରୁ ବଡ ବଡ ଲୋକମାନେ ଉପସ୍ଥିତ ହୋଇଥିଲେ। ବିବାହର କିଛି ଦିନ ପରେ ଖବର ଆସିଥିଲା ଯେ, ନୀତା ତାଙ୍କ ବୋହୂ ଶ୍ଲୋକାଙ୍କୁ ମୁହଁ ଦେଖାରେ ହୀରାର ଏକ ହାର ଉପହାର ରୂପେ ଦେଇଥିଲେ। ଯାହାର ମୂଲ୍ୟ ୩ଶହ କୋଟି ବୋଲି କୁହାଯାଉଛି। ଏହା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।