Categories: ଖେଳ

ପୁଅ ବିବାହକୁ ନ ଆସିବାରୁ ରାଗିଗଲେ ନୀତା ଅମ୍ବାନୀ, ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା କରିବା ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୩।୭: ନିକଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଯାହା ପରେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଛନ୍ତି। ନିକଟରେ ଅମ୍ବାନୀଙ୍କର ସାନପୁଅ ଅନନ୍ତଙ୍କର ବିବାହ ପାଇଁ ପୁରା ଇଣ୍ଡିଆ ଟିମ୍‌କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ରୋହିତ ଶର୍ମା ଛୁଟିରେ ଯାଇଥିବାରୁ ସେ ବିବାହରେ ଯୋଗ ଦେଇ ପାରି ନ ଥିଲେ। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ନୀତା ଅମ୍ବାନୀ ରାହୁଲଙ୍କ ଉପରେ ରାଗିଯାଇଥିବା ଜଣାପଡିଛି। ଏଥିପାଇଁ ତାଙ୍କୁ ଦଳରୁ ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ କ୍ରମାଗତ ଭାବରେ ଏହା ଦାବି କରୁଛନ୍ତି। କୁହାଯାଉଛି କି ଆଇପିଏଲ ୨୦୨୫ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଖେଳିବାର ସୁଯୋଗ ପାଇବେ ନାହିଁ।

ସୂଚନାଥାଉ କି, ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପଟେନରୁ ହଟାଇ ଦେଇ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା। ତେବେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଯେଉଁଥିପାଇଁ ଦଳ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଛି। ଆଇପିଏଲ ୨୦୨୫ପୂର୍ବରୁ ନିଲାମ ଡକାହେବ। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଅନେକ ଖେଳାଳିଙ୍କୁ ବିଦା କରାଯାଇପାରେ।

କୁହାଯାଉଛି କି, ମୁମ୍ବାଇ ଇଣ୍ଡିଆନ୍ସରୁ ଇଶାନ କିଶନ, ମହମ୍ମଦ ନବୀ, ପୀୟୁଷ ଚାୱଲା, ଜେରାଲ୍ଡ କୋଟଜୀ, ତିଲକ ଭର୍ମାଙ୍କ ଭଳି ଖେଳାଳିଙ୍କୁ ବିଦା କରାଯିବ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଏବଂ ଟିମ ଡେଭିଡ ଦଳରେ ନିଜ ସ୍ଥାନ ବଜାୟ ରଖିବେ ବୋଲି ଜଣାପଡିଛି।

Share