Categories: ଖେଳ

ହାର୍ଦ୍ଦିକଙ୍କୁ ସ୍ବାଗତ କଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ,୨୮ା୧୧: ପୂର୍ବତନ ଖେଳାଳି ତଥା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ବାଗତ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ମାଲିକ ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀ। ଘରକୁ ଫେରିଥିବାରୁ ଆମେ ହାର୍ଦ୍ଦିକଙ୍କୁ ସ୍ବାଗତ କରୁଛୁ ବୋଲି ଉଭୟ କହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପରିବାର ସହିତ ହାର୍ଦ୍ଦିକ ଆଉ ଥରେ ଯୋଗ ଦେଉଥିବାରୁ ଏହା ଏମ୍‌ଆଇ ପଲଟନ ପାଇଁ ଖୁସିର ବିଷୟ ବୋଲି ଉଭୟ ମତ ଦେଇଛନ୍ତି। ଜଣେ ଯୁବ ଖେଳାଳି ଭାବରେ ହାର୍ଦ୍ଦିକ ମୁମ୍ବାଇ ଦଳରେ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ପାଲଟି ଯାଇଛନ୍ତି। ଦଳ ସହିତ ତାଙ୍କ ଭବିଷ୍ୟତକୁ ନେଇ ଆମେ ଉତ୍ସାହିତ ବୋଲି କହିଛନ୍ତି ନୀତା ଅମ୍ବାନୀ। ହାର୍ଦ୍ଦିକ ଦଳକୁ ଆସିବା ଦ୍ୱାରା ଅଲରାଉଣ୍ଡର ସ୍ଥାନରେ ଏକ ସନ୍ତୁଳନ ମିଳିବ ବୋଲି ମତ ଦେଇଛନ୍ତି ଆକାଶ ଅମ୍ବାନୀ। ପ୍ରଥମ ଥରରେ ହାର୍ଦ୍ଦିକ ମୁମ୍ବାଇକୁ ବେଶ୍‌ ସଫଳ କରିଥିବା ବେଳେ ଦ୍ୱିତୀୟ ଥରରେ ମଧ୍ୟ ସମାନ ସଫଳତା ଦୋହରାଇବେ ବୋଲି ଆକାଶ ମତ ଦେଇଛନ୍ତି।

Share