ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ସେ ଭାଜପାରେ ଅଛନ୍ତି ଆଉ ରହିବେ ମଧ୍ୟ । ଆବଶ୍ୟକ ପଡିଲେ ସେ ଦେବଗଡ ଯାଇ ମଧ୍ୟ ଭାଜପା ପାଇଁ ପ୍ରଚାର କରିବେ । ଯେଉଁଠି କି ତାଙ୍କ ଧର୍ମପତ୍ନୀ ବିଜେଡିରୁ ବିଧାୟିକ ପ୍ରାର୍ଥୀ ହେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ଭାଜପା ଏମ୍‌ପି ଅଛନ୍ତି ନୀତେଶ ଗଙ୍ଗଦେବ । ହେଲେ ଏଥର କିନ୍ତୁ ଭାଜପା ତାଙ୍କୁ ଟିକେଟ୍‌ ଦେଇନି । ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହୋଇଛନ୍ତି ।

ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ମିଳିଥିଲା।

Share