‘ଅନୁପମା’ ଫେମ ନିତେଶ ପାଣ୍ଡେଙ୍କ ୫୧ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ନୀତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ନୀତେଣ ଅନୁପମା ଧାରାବାହିକରେ ଧିରଜ କପୁର ଚରିତ୍ରରେ ଅଭିନୟ କରୁଥିଲେ। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି।

ବୁଧବାର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଦିନ ଥିଲା। ‘ସାରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବି ଉପାଧ୍ୟାୟଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏହି ଖବରର କିଛି ଘଣ୍ଟା ପରେ ଜଣାଶୁଣା ଟିଭି ଅଭିନେତା ନୀତେଶ ପାଣ୍ଡେଙ୍କ ମତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଛି। ହୃଦଘାତ ପରେ ଏହି ଅଭିନେତାଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ସିରିଏଲ ’ଅନୁପମା’ରେ ନୀତେଶ ଧୀରଜ କପୁରଙ୍କ ଭୂମିକାରେ ଅଭିନୟ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ନାଶିକ ନିକଟ ଇଗାଟପୁରୀରେ ନୀତେଶଙ୍କର ହୃଦଘାତ ହୋଇଥିଲା। ସେ ଶୁଟିଂ ପାଇଁ ଏଠାକୁ ଆସିଥିଲେ। ହୃଦଘାତ ପରେ ନିତେଶଙ୍କର ମୃତ୍ୟୁ ହୋଇଥିଲା।

Share