Categories: ଜାତୀୟ

‘ଉଦ୍ଧବଙ୍କ ଫାର୍ମ ହାଉସରେ ଟଙ୍କାର ଗୋଦାମ, ସେହିଠାରେ ରହିଛି ୨୦୦୦ଟଙ୍କିଆ ନୋଟ’, ନିତେଶ ରାଣାଙ୍କ ଅଭିଯୋଗ

ମୁମ୍ବାଇ,୨୧।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ନିତେଶ ରାଣେ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡ ଟଙ୍କାର ଗୋଦାମ କରାଯାଇଛି, ଯାହାର ଯାଞ୍ଚ ହେବା ଦରକାର।
ବାସ୍ତବରେ ଶିବସେନା ନେତା ସଞ୍ଜୟ ରାଉତ ୨୦୦୦ଟଙ୍କା ନୋଟକୁ ପ୍ରଚଳନରୁ ହଟାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଦେଶର ବ୍ୟବସ୍ଥା ସରକାରଙ୍କ ଦାସ ଭଳି କାମ କରୁଛି। ସଞ୍ଜୟ ରାଉତଙ୍କ ଏହି ବୟାନରେ ନିତେଶ ରାଣେ କହିଛନ୍ତି ଯେ ଦୁର୍ନୀତିର ଅର୍ଥରୁ ମିଳିଥିବା ୨୦୦୦ ଟଙ୍କିଆ ନୋଟର ବଣ୍ଡଲ କର୍ଜାଟ ଫାର୍ମ ହାଉସରେ ରଖାଯାଇଛି। ସେଥିପାଇଁ ସଞ୍ଜୟ ରାଉତ ଏପରି ମନ୍ତବ୍ୟ ଦେଉଛନ୍ତି। ସେ କହିଛନ୍ତି, ଫାର୍ମ ହାଉସର ଯାଞ୍ଚ କରାଯିବା ଉଚିତ, ସେଠାରେ କେତେ ଟଙ୍କା ରଖାଯାଉଛି ତାହା ଜାଣିବା ଦରକାର।

Share