ଚନ୍ଦ୍ରଗ୍ରହଣ ଲାଗି ଆଖଣ୍ଡଳମଣି ମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

ଚାନ୍ଦବାଲି,୨୭।୧୦(କିଷାନ ପାତ୍ର): ଚନ୍ଦ୍ରଗ୍ରହଣ ଥିବାରୁ ଶନିବାର ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି। କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାର ଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣ ଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଭୋଗ ଲାଗି କରାଯିବ।

ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନ ୪ଟାରୁ ପାକତ୍ୟାଗ ହେଉଥିବାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ
ରହିବ। ସେଥିପାଇଁ ସମସ୍ତ ନୀତିକାନ୍ତି ପାକତ୍ୟାଗ ପୂର୍ବରୁ ସାରିବାକୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା କରାଯାଇ ନିଷ୍ପତ୍ତି ହୋଇଛି। ଭକ୍ତମାନଙ୍କର ଦର୍ଶନ ପାଇଁ ଶୁକ୍ରବାର ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏ ମନ୍ଦିର ସାହାଣ ମେଲା ରହିଛି। ପରମ୍ପରା ଅନୁଯାୟୀ ପାକତ୍ୟାଗଠାରୁ ଅର୍ଥାତ୍‌ ଅପରାହ୍ନ ୪ଟାରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri