Categories: ଜାତୀୟ

ଆଜି ନୀତି ଅୟୋଗର ବୈଠକ, ମମତା କେଜରିଓ୍ବାଲଙ୍କ ସମେତ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କରିଛନ୍ତି ବହିଷ୍କାର

ନୂଆଦିଲ୍ଲୀ,୨୭।୫: ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବା ପରେ ଏବେ ବିରୋଧୀ ରାଜନୈତିକ ଦଳ ସରକାରଙ୍କ ନୀତି ଆୟୋଗ ବୈଠକକୁ ବି ବିରୋଧ କରିଛନ୍ତି। ଶନିବାର ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ କୁମାର, ଅରବିନ୍ଦ କେଜରିଓ୍ବାଲ, ଭଗଓ୍ବନ୍ତ ମାନ, ଏମ କେ ଷ୍ଟାଲିନ ଓ କେସିଆର ବହିଷ୍କାର କରିବାକୁ ଘୋଷଣା କରିଛନ୍ତି।

ବୈଠକ ଘୋଷଣା କରିବାର କାରଣ ହେଉଛି କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ବିରୋଧରେ ଆଣିଥିବା ଏକ ନିୟମ। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପୋଷ୍ଟିଂ ସ୍ଥାନାନ୍ତର କରିବାର ଅଧିକାର ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏକ ଆଦେଶ ଆଣି ଏହି ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।

ଶନିବାର ହେବାକୁ ଯାଉଥିବା ନୀତି ଆୟୋଗର ବୈଠକର ଏଜେଣ୍ଡା ହେଉଛି ୨୦୪୭ରେ ଟିମ ଇଣ୍ଡିଆର ଭୂମିକା, କିନ୍ତୁ ବୈଠକ ପୂର୍ବରୁ ମଧ୍ୟ ଟିମ ଇଣ୍ଡିଆ ଭାଙ୍ଗି ଯାଇଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୯ଟା ୩୦ରେ ଏହି ବୈଠକର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନୀତି ଆୟୋଗର ଚେୟାରମ୍ୟାନ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ନରମାନେ ଏହି ବୈଠକରେ ଭାଗ ନେବାକୁ ଯାଉଛନ୍ତି। ଏହି ବୈଠକରେ ଆଠଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ।
ବିଜ୍ଞାନ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଏମଏସଏମଇ, ଭିତ୍ତିଭୂମି ଏବଂ ପୁଞ୍ଜି ବିନିଯୋଗ, ଅନୁପାଳନ ହ୍ରାସ, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ, ଦକ୍ଷତା ବିକାଶ ଏବଂ ସାମାଜିକ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ହେବ। ଅଧିକାରୀଙ୍କ କହିବାନୁସାରେ, ଏହି ବୈଠକରେ ବିକଶିତ ଭାରତ ବିଷୟରେ ଆଲୋଚନା ହେବାକୁ ଯାଉଥିଲା।

Share