Categories: ଜାତୀୟ

ସ୍ୱାସ୍ଥ୍ୟ ସେବାରେ ସବୁଠୁ ଆଗରେ କେରଳ

ନୂଆଦିଲ୍ଲୀ,୨୭ ।୧୨: ନୀତି ଆୟୋଗ ଦ୍ୱାରା ସୋମବାର ହେଲ୍‌ଥ ଇଣ୍ଡେକ୍ସ ଜାରି କରାଯାଇଛି । ଏଥିରେ ଦକ୍ଷିଣ ରାଜ୍ୟ ବାଜି ମାରି ନେଇଥିବା ବେଳେ ଉତ୍ତର ରାଜ୍ୟଙ୍କ ଅବସ୍ଥା ଖରାପ । ହେଲ୍‌ଥ ଇଣ୍ଡେକ୍ସର ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ସେବା ଦେବା ମାମଲାରେ କେରଳ ଏକ ନମ୍ବରରେ ରହିଛି । ସେହିପରି ଦ୍ୱିତୀୟରେ ରହିଛି ତାମିଲନାଡୁ ଆଉ ସବୁଠୁ ଶେଷକୁ ରହିଛି ଉତ୍ତର ପ୍ରଦେଶ ଓ ବିହାର । ବିହାର ୧୮ ନମ୍ବରରେ ରହିଥିବା ବେଳେ ଉତ୍ତର ପ୍ରଦେଶ ୧୯ ନମ୍ବର ସ୍ଥାନରେ ରହିଛି । ଛୋଟ ରାଜ୍ୟ ଭାବେ ମିଜୋରାମ ସ୍ୱାସ୍ଥ୍ୟ ସେବା ଦେବା କ୍ଷେତ୍ରରେ ଆଗରେ ରହିଛି । ଏଥିରେ ତ୍ରିପୁରା ଓ ନାଗାଲାଣ୍ଡ ସବୁଠାରୁ ପଛରେ ରହିଛନ୍ତି । ଏପଟେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଦାଦର ନଗର ହବେଲି ଏକ ନ୍ମବରରେ ଥିବା ବେଳେ ଦ୍ୱିତୀୟରେ ଚଣ୍ଡିଗଡ଼ ରହିଛି । ଦିଲ୍ଲୀ ୫ ନମ୍ବରରେ ରହିଛି ।
ହେଲ୍‌ଥ ଇଣ୍ଡେକ୍ସ ପାଇଁ ୪ ରାଉଣ୍ଡ ସର୍ଭେ କରାଯାଇଥିଲା । ସେହି ହିସାବରେ ସ୍କୋରିଂ କରାଯାଇଛି । ଏପରି ଭାବେ କେରଳ ଟପରେ ରହିଛି ଏହାର ସ୍କୋର ରହିଛି ୮୨.୨୦, ସେହିପରି ଦ୍ୱିତୀୟରେ ଥିବା ତାମିଲ ନାଡୁର ସ୍କୋର ୭୨.୪୨ । ଏଥିରେ ସବୁଠାରୁ କମ୍ ଇଣ୍ଡେକ୍ସ ମିଳିଛି ଉତ୍ତର ପ୍ରଦେଶକୁ ୩୦.୫୭ ।

Share