Categories: ଜାତୀୟ

ଗୋଶାଳାକୁ ଆର୍ଥତ୍କ ସହାୟତା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ,୧୧ା୩: ଦେଶର ଗୋଶାଳାଗୁଡ଼ିକ ଆର୍ଥତ୍କ ସହାୟତା ଯୋଗାଇଦେବାକୁ ନୀତି ଆୟୋଗ କମିଟି ପ୍ରସ୍ତାବ ଦେଇଛି। ଏପରିକି କୃଷିରେ ବ୍ୟବହାର ପାଇଁ ଗୋବର ଏବଂ ଗୋମୂତ୍ର ପ୍ରସ୍ତୁତ ଜୈବ ସାର, ଜୈବ କୀଟନାଶକ, ମୃତ୍ତିକା ଉର୍ବରକ ସାମଗ୍ରୀ ବିକ୍ରି ବଢ଼ାଇବା ନିମନ୍ତେ ସହଯୋଗ ଲାଗି ନୀତି ଆୟୋଗ କମିଟି ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ସମସ୍ତ ଗୋଶାଳାର ଅନ୍‌ଲାଇନ ପଞ୍ଜୀକରଣ ନିମନ୍ତେ ପୋର୍ଟାଲ ସ୍ଥାପନ ପାଇଁ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ପ୍ରସ୍ତାବ ରଖିଛି। ଗୋଶାଳାରେ ପୁଞ୍ଜିବିନିଯୋଗ ବଢ଼ାଇବା ସହ ରିହାତି ସୁଧରେ ପୁଞ୍ଜି ଯୋଗାଇଦେବାକୁ ରିପୋର୍ଟରେ କୁହାଯାଇଛି।

Share