Categories: ଜାତୀୟ

ଉଦ୍ଭାବନ ସୂଚକାଙ୍କ ଜାରି କଲା ନୀତି ଆୟୋଗ, କର୍ନାଟକ ଶୀର୍ଷରେ…

ନୂଆଦିଲ୍ଲୀ,୨୧।୭ : ନୀତି ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟଗୁଡିକର ଇନୋଭେଶନ ଇଣ୍ଡେକ୍ସ(ଉଦ୍ଭାବନ ସୂଚକାଙ୍କ) ପ୍ରକାଶ କରାଯାଇଛି। ଗୁରୁବାର କମିଶନଙ୍କ ଦ୍ୱାରା ପ୍ରକାଶିତ ଏହି ତାଲିକାରେ କର୍ନାଟକ ପୁଣି ଏକ ନମ୍ବର ହୋଇ ଶୀର୍ଷରେ ରହିଛି। ନିବେଶ ପାଇଁ ଏହା ସର୍ବୋତ୍ତମ ସ୍ଥାନ ଭାବରେ ମୂଲ୍ୟାୟନ କରାଯାଇଛି। ଏହି ସୂଚକାଙ୍କରେ ଦ୍ୱିତୀୟ ସ୍ଥାନରେ ତେଲେଙ୍ଗାନା ଏବଂ ତୃତୀୟ ସ୍ଥାନରେ ହେଉଛି ହରିୟାଣା ରହିଛି। ଆୟୋଗର ସୂଚକାଙ୍କ ଜାତୀୟ ସ୍ତରରେ ନବସୃଜନ କ୍ଷମତା ଏବଂ ଇକୋସିଷ୍ଟମ ଯାଞ୍ଚ କରିଥାଏ।

ନୀତି ଆୟୋଗର ତୃତୀୟ ଉଦ୍ଭାବନ ସୂଚକାଙ୍କ ଉପାଧ୍ୟକ୍ଷ ସୁମନ ବେରୀଙ୍କ ଦ୍ୱାରା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ୱରନ ଆୟରଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଏହି ସୂଚକାଙ୍କ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସର ଆଧାରରେ ବିକଶିତ ହୋଇଛି। ଏହାର ଏକ ରିପୋର୍ଟରେ, ପିଟିଆଇ ଏକ ସରକାରୀ ବିବୃତ୍ତିକୁ ଉଲ୍ଳେଖ କରି କହିଛି ଯେ ଇଣ୍ଡେକ୍ସର ତୃତୀୟ ସଂସ୍କରଣ ଦେଶରେ ନବୀକରଣ ବିଶ୍ଳେଷଣର ପରିସରକୁ ମଜବୁତ କରିଛି। ପୂର୍ବ ସଂସ୍କରଣରେ ବିଶ୍ଳେଷଣ ୩୬ ସୂଚକ ଉପରେ ଆଧାରିତ ଥିଲା କିନ୍ତୁ ଏଥର ୬୬ ସୂଚକ ବ୍ୟବହାର କରାଯାଇଛି। ଏକ ବିସ୍ତୃତ ଢାଞ୍ଚା ମାଧ୍ୟମରେ ଏହି ସୂଚକାଙ୍କ ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅଭିନବ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିଥାଏ ବୋଲି ବିବୃତ୍ତିରେ କୁହାଯାଇଛି।

ସେମାନଙ୍କର କାର୍ଯ୍ୟଦକ୍ଷତାର ଏକ ପ୍ରଭାବଶାଳୀ ତୁଳନା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ ଟି ପ୍ରମୁଖ ରାଜ୍ୟ, ୧୦ଟି ଉତ୍ତର ପୂର୍ବ ଏବଂ ପାହାଡ ରାଜ୍ୟ ଏବଂ ୯ ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସହର ରାଜ୍ୟରେ ବିଭକ୍ତ କରାଯାଇଛି। ବଏହି ସୂଚକାଙ୍କ ପ୍ରକାଶ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନବସୃଜନ ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା। ଯାହା ଦ୍ୱାରା ନୀତି ନିର୍ଣ୍ଣୟକାରୀମାନେ ସେମାନଙ୍କ ଯୋଜନାକୁ ଏହି ଆଧାରରେ ପ୍ରସ୍ତୁତ କରିପାରିବେ।

ଅପରପକ୍ଷରେ ଡିଜିଟାଲ ବ୍ୟାଙ୍କକୁ ସୁଗମ କରିବା ପାଇଁ ଭାରତରେ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ରହିଛି ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ନିୟାମକ ଢାଞ୍ଚା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ନୀତିି ଆୟୋଗ କହିଛନ୍ତି। ଆୟୋଗ ତାଙ୍କ ରିପୋର୍ଟରେ ଦେଶରେ ଡିଜିଟାଲ ବ୍ୟାଙ୍କ ଲାଇସେନ୍ସ ଏବଂ ନିୟାମକ ବ୍ୟବସ୍ଥା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

Share