ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ ଆସିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍୍ର ମୋଦି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ ସେତେବେଳେ କେହି କୃଷି ଆଇନକୁ ନେଇ କଥା ଉଠାଇ ନ ଥିଲେ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଗଭର୍ନିଙ୍ଗ କାଉନସିଲର ଷଷ୍ଠ ବୈଠକରେ ସାମିଲ ହୋଇଥିବା କେହି ଜଣେ ହେଲେ ବି ନୂଆ କୃଷି ଅଇନ କଥା ଉଠାଇ ନ ଥିଲେ । ତେବେ ଅଧିକାଂଶ ମୁଖ୍ୟମନ୍ତ୍ରୀ ବିକାଶର ଏଜେଣ୍ଡା ଓ ଅନ୍ୟ ପରିଯୋଜନାକୁ ସମୟ ଅନୁଯାୟୀ ପୂରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।