ନୂଆଦିଲ୍ଲୀ,୨୭।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରି କେନ୍ଦ୍ରର ଦୂରଦୃଷ୍ଟି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରୁଛନ୍ତି। ତେବେ ବିରୋଧୀ ଇଣ୍ଡିଆ ଆଲାଇନ୍ସ ୨୦୨୪ର ଏହି ବୈଠକକୁ ବୟକଟ କରିଛନ୍ତି। ଏବଂ ଏଥିରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି। ତେବେ, ଏହି ନୀତି ଆୟୋଗ ବୈଠକ କ’ଣ, ଏହାର ସଦସ୍ୟ କିଏ, ନୀତି ଆୟୋଗର କାର୍ଯ୍ୟ କ’ଣ?
ସ୍ବାଧୀନତା ପରେ ୧୯୫୦ରେ ‘ଯୋଜନା ଆୟୋଗ’ ସ୍ଥାନରେ ନୀତି ଆୟୋଗ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନୀତିର ଦୀର୍ଘକାଳୀନ ପ୍ରୟୋଗ ପାଇଁ ଏଶହି ଆୟୋଗ ଆରମ୍ଭ ହୋଇଥିଲା। ୨୦୧୪ରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର କ୍ଷମତାକୁ ଆସିବା ପରେ ଜାନୁଆରୀ ୧ ୨୦୧୫ରେ ନୀତି ଆୟୋଗ ଗଠନ କରାଯାଇଥିଲା। ଏହାକୁ ଭାରତ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ ବିବେଚନା କରାଯାଏ। ଦେଶର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ସହିତ ନୀତି ଆୟୋଗ ସେଗୁଡିକ ଉପରେ ନଜର ରଖିବା ପାଇଁ କାର୍ଯ୍ୟ କରିଥାଏ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପ୍ରତିଯୋଗୀ ତଥା ସହଯୋଗୀ ସଂଘୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନିର୍ବାହ କରେ। ଦେଶର ବିକାଶରେ ରାଜ୍ୟଗୁଡ଼ିକର ଅବଦାନ ମଧ୍ୟଏହି ଆୟୋଗ ସ୍ଥିର କରିଥାଏ।
ଭାରତ ସରକାରଙ୍କ ୱେବସାଇଟ ଅନୁଯାୟୀ, ପରିବର୍ତ୍ତିତ ସମୟକୁ ଧ୍ୟାନରେ ରଖି ଯୋଜନା ଆୟୋଗ (୧୯୫୦-୨୦୧୪) ସ୍ଥାନରେ ନୀତି ଆୟୋଗ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଗଠନ କରିବାକୁ ନିଷ୍ପତ୍ତି ନିଆଗଲା। MyGov ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ବିଶେଷଜ୍ଞ, ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ବିସ୍ତୃତ ପରାମର୍ଶ ନେବା ପରେ ନୀତି ଆୟୋଗ ଗଠନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ ଜଣାଶୁଣା ନୀତି ଆୟୋଗ ତିନୋଟି ଅବଧିରେ କାର୍ଯ୍ୟ କରେ। କେନ୍ଦ୍ର ସରକାର ଏହାର ଯୋଜନାଗୁଡିକର କାର୍ଯ୍ୟକାରିତାଠାରୁ ଆରମ୍ଭ କରି ଏହାର ସମୀକ୍ଷା ପର୍ଯ୍ୟନ୍ତ ଏକ ଅବଧି ରଖିଛନ୍ତି। ଏଥିରେ, ପ୍ରଥମଟି ହେଉଛି ଆକ୍ସନ ଏଜେଣ୍ଡା ଟର୍ମ ୩ବର୍ଷ , ଦ୍ୱିତୀୟଟି ମିଡ୍ ଟର୍ମ ଷ୍ଟାଟେର୍ଜି ୭ବର୍ଷ ଏବଂ ତୃତୀୟଟି ହେଉଛି ଭିଜନ ଡକ୍ୟୁମେଣ୍ଟ ଟର୍ମ ୧୫ବର୍ଷ।
ଏହି ଆୟୋଗର ଅଧ୍ୟକ୍ଷତା କରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ (ମୁଖ୍ୟମନ୍ତ୍ରୀ ଏବଂ ଶାସକ / ଉପ-ରାଜ୍ୟପାଳ) ପରିଚାଳନା ପରିଷଦର ସଦସ୍ୟ ଅଟନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷ ଏବଂ ସୁମନ ବେରୀ ଏହାର ଉପାଧ୍ୟକ୍ଷ ଅଟନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ହୋଇଥିବା ଏହାର ସ୍ଥାୟୀ ସଦସ୍ୟମାନେ ହେଉଛନ୍ତି ଭି ସାରସ୍ବତ (ପୂର୍ବତନ DRDO ମୁଖ୍ୟ), ରମେଶ ଚାନ୍ଦ (କୃଷି ବିଶେଷଜ୍ଞ), ଭି କେ ପଲ (ଜନସ୍ବାସ୍ଥ୍ୟ ବିଶେଷଜ୍ଞ) ଏବଂ ଅରବିନ୍ଦ ବିରମାନି (ଅର୍ଥନୀତିଜ୍ଞ)। ଏହାର ପୂର୍ବତନ ଅଫିସିଆଲ ସଦସ୍ୟମାନେ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଉପରେ NITI ଆୟୋଗ ବୈଠକରେ ଆଲୋଚନା କରାଯାଉଛି। ଏଥିରେ ରାଜ୍ୟର ଅବଦାନ ସମ୍ପର୍କରେ ଆଲୋଚନା ହେବ। ଏହି ସଭାରେ ଏହି ଆଠଟି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ସେଗୁଡିକ ହେଲା, ଜଳ, ବିଦ୍ୟୁତ, ଜମି, ଶିକ୍ଷା, ଡିଜିଟାଇଜେସନ ଏବଂ ପ୍ରିପୋର୍ଟର ପଞ୍ଜୀକରଣ, ସାଇବର ସୁରକ୍ଷା, ସରକାରୀ କାର୍ଯ୍ୟାଳୟରେ AI ର ବ୍ୟବହାର ଉପରେ ଗୁରୁତ୍ୱ। ଏହା ବ୍ୟତୀତ ଏହି ବୈ ଠକରେ କେନ୍ଦ୍ର ଦେଇଥିବା ଯୋଜନା ଏବଂ ନିଯୁକ୍ତି ସୁଯୋଗର ସଠିକ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।