Categories: ଜାତୀୟ

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ, ସନ୍ଧ୍ୟାରେ ଭେଟିବେ ରାଜ୍ୟପାଳଙ୍କୁ

ପାଟନା,୨୭।୧: ବିହାରରେ ଦ୍ରୁତ ଗତିରେ ବଦଳୁଥିବା ରାଜନନୈତିକ ସମିକରଣ ମଧ୍ୟରେ ଖବର ଅଛି ଯେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଅପରାହ୍ନ ୩ ଟାରେ ଭାଜପା-ଜେଡିୟୁର ନୂତନ ମିଳିତ ସରକାର ଶପଥ ଗ୍ରହଣ କରିବେ। ଏହି ସୂଚନା ପ୍ରଦାନ କରୁଥିବାବେଳେ ସୂତ୍ରରୁ ପ୍ରକାଶ ଯେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଚୁକ୍ତିନାମାର ସମୀକରଣ ଚୂଡାନ୍ତ ହୋଇଛି। ଏହି ଅନୁଯାୟୀ ନୀତୀଶ କୁମାର ରାଜ୍ୟ ମୁଖ୍ୟମନ୍ତ୍ରୀ ରହିବେ। ସେଠାରେ ଭାଜପାର ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ। ଏହା ବ୍ୟତୀତ ବାଚସ୍ପତି ମଧ୍ୟ ଭାଜପାରୁ ଆସିବେ।
ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାର ଆଜି ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ ସିଏମ ନୀତୀଶ ଆଜି ସା ୭ ଟାରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରିବେ। ଆହୁରି ମଧ୍ୟ ଖବର ଅଛି ଯେ ନୀତୀଶ କୁମାର ଆସନ୍ତାକାଲି ଅର୍ଥାତ୍‌ ରବିବାର ଭାଜପା ସହିତ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

Share