Categories: ଜାତୀୟ

ନୀତୀନ ଅଗ୍ରଓ୍ବାଲ ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୧୨ା୬: କେରଳ କ୍ୟାଡର ୧୯୮୯ ବ୍ୟାଚ୍‌ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ନୀତୀନ ଅଗ୍ରଓ୍ବାଲଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ମୁଖ୍ୟାଳୟରେ ଅପରେଶନ୍ସ ଅତିରିକ୍ତ ଡିଜି ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କ ନୂଆ ନିଯୁକ୍ତି ସମ୍ପର୍କରେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି (ଏସିସି) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଏସ୍‌ଏଫ୍‌ ଡିଜି ଭାବେ ସେ ୩୧.୭.୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରି ଅବସର ନେବେ। ୨୦୨୨ ଡିସେମ୍ବର ୩୧ରେ ବିଏସ୍‌ଏଫ୍‌ ଡିଜି ପଙ୍କଜ କୁମାର ସିଂ ଅବସର ନେବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା।

Share