ନୀତୀନ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, ଆଜି ହେବ ଶେଷକୃତ୍ୟ

ମୁମ୍ବାଇ,୪।୮: ବଲିଉଡର ଜଣାଶୁଣା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ବୁଧବାର ଦେହାନ୍ତ ହୋଇଯାଇଛି। ନୀତୀନଙ୍କ ବିୟୋଗ ସିନେମାଜଗତ ପାଇଁ ଏକ ବଡ କ୍ଷତି। ତାଙ୍କର ଶେଷ ରୀତିନୀତି ଶୁକ୍ରବାର ଅର୍ଥାତ୍‌ ଆଜି ସାରେ କରାଯିବ। ଏହାପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଜେଜେ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଦେଶାଇଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ୪ଟାରେ କରାଯିବ। ଏହାପୂର୍ବରୁ, ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଏନ୍‌ଡି ଷ୍ଟୁଡିଓରେ ରଖାଯିବ। ବର୍ତ୍ତମାନ ନୀତୀନଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ମୁମ୍ବାଇର ଜେଜେ ହସ୍ପିଟାଲରେ ଅଛି।

Share