କାର୍‌ରେ ୬ଟି ଏୟାର ବ୍ୟାଗ୍‌ ରହିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ, ୧୩।୯: କାର୍‌ରେ ଏୟାରବ୍ୟାଗ, ନିରାପତ୍ତାର ସଙ୍କେତ। କାରରେ ଯେତେ ଅଧିକ ଏୟାରବ୍ୟାଗ ରହିବ ଯାତ୍ରୀ ସେତିକି ସୁରକ୍ଷିତ ରହିବେ। କିନ୍ତୁ ମାର୍କେଟରେ ଏୟାରବ୍ୟାଗ ବୃଦ୍ଧି ସହିତ କାରର ମୂଲ୍ୟ ମଧ୍ୟ ବଢିଥାଏ। ବର୍ତ୍ତମାନ କାର୍‌ରେ ୬ଟି ଏୟାରବ୍ୟାଗ ରହିବା ବ୍ୟବସ୍ଥା ବାଧ୍ୟତାମୂଳକ ହେବ କି ନାହିଁ, ଏନେଇ କେନ୍ଦ୍ର ପରିବହନ ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରକାଶ କରିଛନ୍ତି।

ଗଡକରୀ ବୁଧବାର କହିଛନ୍ତି, ଯାତ୍ରୀବାହୀ କାରରେ ସରକାର ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ନାହିଁ। ଗତ ବର୍ଷ ଅକ୍ଟୋବର ୨୦୨୩ରୁ କାର୍‌ମାନଙ୍କରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା। ତେବେ କାର୍‌ କମ୍ପାନୀଗୁଡିକ ଏହାର ଅନୁପାଳନକୁ ବାଧ୍ୟତାମୂଳକ କରିବା ସପକ୍ଷରେ ନ ଥିଲେ। କମ୍ପାନୀଗୁଡିକ କହିଥିଲେ, ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ଦ୍ୱାରା ବିଶେଷ କରି ଛୋଟ କାରଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ। ତେଣୁ ଏପ୍ରସଙ୍ଗରେ ଗଡକରୀ କହିଛନ୍ତି, ୬ଟି ନ ରଖି ଆଗ ସିଟ୍‌ରେ ଦୁଇଟି ଏୟାରବ୍ୟାଗ୍‌ ରଖିବା ବାଧ୍ୟତାମୂଳକ।

Share