Categories: ଜାତୀୟ

ଫଡନଭିସଙ୍କୁ ‘କଳଙ୍କ’ କହିବାରୁ ଉଦ୍ଧବ ଠାକରେଙ୍କୁ ଉପଦେଶ ଦେଲେ ଗଡକରୀ

ନୂଆଦିଲ୍ଲୀ,୧୧।୭: ଶିବସେନା(ଉଦ୍ଧବ-ବାଲାସାହେବ)ର ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କରିଥିବା ଟିପ୍ପଣିକୁ ନେଇ ରାଗି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।ସୋମବାର ଉଦ୍ଦବ ଠାକରେ ଫଡନଭିସଙ୍କ ଉଦ୍ଦେଶ୍ୟରେ ଯେଉଁ ‘କଳଙ୍କ’ ଶବ୍ଦ ବ୍ୟବହାର କରିଥିଲେ ତାକୁ ନେଇ ଗଡକରୀ ଉଦ୍ଧବଙ୍କୁ ସମାଲୋଚନା କରଛନ୍ତି। ସେ କହିଛନ୍ତି ଯେ ଏଭଳି ନିମ୍ନ ସ୍ତରର ବ୍ୟକ୍ତିଗତ ମତ ମହାରାଷ୍ଟ୍ରର ରାଜନୈତିକ ସଂସ୍କୃତିକୁ ନେଇ ଶୋଭା ପାଉନାହିଁ।
ସୂଚନାଯୋଗ୍ୟ, ଉଦ୍ଦବ ଠାକରେ ନିକଟରେ ଫଡନଭିସଙ୍କ ଘର ନାଗପୁରରେ କର୍ମୀଙ୍କୁ ସମ୍ବୋଧିତ କରି କହିଥିଲେ କି ଭାଜପା ନେତା ନାଗପୁର ପାଇଁ ‘କଳଙ୍କ’। କାରଣ ସେ ଏନସିପି ସହ ମେଣ୍ଟ କରିବେ ନାହିଁ। ହେଲେ ସେମାନେ ଏମିତି କରିଛନ୍ତି।
ଠାକରେ ଫଡନଭିସଙ୍କର ଏକ ପୁରୁଣା ଅଡିଓ କ୍ଲିପ ପ୍ଲେ କରିଥିଲେ ଯେଉଁଥିରେ କୁହାଯାଇଥିଲା କି ସେ କେବେବି ଏନସିପି ସହିତ ହାତ ମିଳାଇବେ ନାହିଁ। ଏହି ଭିଡିଓ ପ୍ଲେ ହେବାବେଳେ ଠାକରେ କହିଥିଲେ ଯେ ଭାଜପା ନେତାଙ୍କ ନାଁର ଅର୍ଥ ହେଉଛି ହଁ।

Share