Posted inଜାତୀୟ

ବିରୋଧୀ ଦଳରୁ କିଏ ଦେଇଥିଲା ପ୍ରଧାନମନ୍ତ୍ରୀ ଅଫର ? ଜାଣନ୍ତୁ କ’ଣ କହିଲେ ନିତିନ ଗଡ଼କରୀ

ନୂଆଦିଲ୍ଲୀ,୨୬ା୯: କେନ୍ଦ୍ରମନ୍ତ୍ରୀ ପରିବହନ ନିତିନ ଗଡ଼କରୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ଖବର ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହାରି ମଧ୍ୟରେ ସେ ଏହି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଏବଂ ତାଙ୍କୁ ବିରୋଧୀ ଦଳରୁ ମିଳିଥିବା ପ୍ରଧାନମନ୍ତ୍ରୀ ଅଫର ସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି। ତେବେ ଏହି ଚର୍ଚା ସମସ୍ତେ ଶୁଣିଥିବେ କି ବିରୋଧୀ ପ୍ରଧାନମନ୍ତ୍ରୀ ଅଫରକୁ ସେ ପ୍ରତ୍ୟାଖାନ କରିଥିଲେ।

ଗତ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ଅର୍ଥାତ ଜୁନ ୪ ତାରିଖରେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। ସେ ଜବାବ ଦେଇଥିଲେ କି ଏହା ତାଙ୍କ ବିଚାରଧାରା ସହିତ ମେଳ ଖାଉନାହିଁ।

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରସ୍ତାବ ଦେଇଥିବା ଲୋକଙ୍କୁ ସେ ପଚାରିଥିଲେ, ” ଆପଣ କାହିଁକି ମତେ ପ୍ରଧାନମନ୍ତ୍ରୀ କରିବାକୁଆକୁ ଚାହୁଁଛନ୍ତି ? ଆଉ ଏହା ମୋ ବିଚାରଧାରର ଅନୁରୂପ ନୁହେଁ ଏବଂ ଏପରି କୌଣସି ଅଭିଳାଷା ମୋର ନାହିଁ।” ତେବେ ଶରଦ ପାୱାର କିମ୍ବା ସୋନିଆ ଗାନ୍ଧୀ ତାଙ୍କୁ ଏହି ପ୍ରସ୍ତାବ ଦେଇଥିଲେ କି ପଚରାଯାଇଥିଲା,ଗଡ଼କରୀ ଏହାର ଉତ୍ତର ଦେବାକୁ ମନା କରିଦେଇଥିଲେ।

ମୋଦୀଙ୍କ ବଢୁଥିବା ବୟସ ଏବଂ ଆରଏସଏସରେ ତାଙ୍କର ବିଶ୍ୱସନୀୟତା ବିଷୟରେ ଯେତେବେଳେ ପଚରାଗଲା ସେ ପିଏମ ମୋଦିଙ୍କ ପରେ ପଦୋନ୍ନତି ପାଇବେ କି? ସେ କହିଛନ୍ତି, “ମୁଁ ଜଣେ ଆରଏସଏସ ସ୍ୱେଚ୍ଛାସେବୀ। ଆପଣ ମୋଦି ଜୀଙ୍କୁ ପ୍ରଶ୍ନ ପଚାରିପାରିବେ, କିନ୍ତୁ ପିଏମ ମୋଦୀଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ।”

ତେବେ ”ମୁଁ କିଛି ହେବାକୁ ରାଜନୀତିରେ ପ୍ରବେଶ କରି ନାହିଁ। କେହି କାହାକୁ ଆଗକୁ ବଢିବାକୁ ଅନୁମତି ଦିଅନ୍ତି ନାହିଁ, କିନ୍ତୁ ଆଜି ମୁଁ ହୃଦୟରୁ କହୁଛି ଯେ ମୋର କୌଣସି ଅସୁବିଧା ନାହିଁ।” ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର ଅଭିଳାଷର ପ୍ରଶ୍ନ ଉପରେ ସେ କହିଛନ୍ତି, “ମୋର କୌଣସି ଅଭିଳାଷ ନାହିଁ ଯଦି ମୁଁ ଏହାର ଯୋଗ୍ୟ, ତେବେ ମୁଁ ତାହା ପାଇବି।

ଗତ ଦଶ ବର୍ଷ ଧରି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦାୟିତ୍ୱ ନିତିନ ଗାଡକରୀଙ୍କର ରହିଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଅଭିଜ୍ଞତା ଅନୁଯାୟୀ ଅଧିକ ମନ୍ତ୍ରଣାଳୟ ପାଇବେ ନାହିଁ? ଏ ସମ୍ପର୍କରେ ସେ କହିଛନ୍ତି, “ମୁଁ କେବେ କାହାଠାରୁ କିଛି ପଚାରିବାକୁ ଯାଇ ନାହିଁ। ମୁଁ ୫ ପ୍ରତିଶତ ରାଜନୀତିରେ ଏବଂ ୯୫ ପ୍ରତିଶତ ସାମାଜିକ ସେବାରେ ବିଶ୍ୱାସ କରେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା: ହଷ୍ଟେଲ ଓ୍ବାର୍ଡେନଙ୍କୁ ଫାଶୀଦଣ୍ଡାଦେଶ

ଇଟାନଗର,୨୬।୯: ଛାତ୍ରୀଛାତ୍ରଙ୍କୁ ଯୌନ ନିର୍ଯାତନା ମାମଲାର ବିଚାର କରି ଇଟାନଗର ସ୍ଥିତ ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ମହିଳା ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସମସ୍ତଙ୍କ ପାଇଁ ଲାଗୁ ହେବ ଏହି ଆଇନ

ନୂଆଦିଲ୍ଲୀ,୨୬।୯: ଘରୋଇ ହିଂସା ଆଇନ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଘରୋଇ ହିଂସା ଆଇନ ୨୦୦୫ ପ୍ରତ୍ୟେକ ମହିଳାଙ୍କ...

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ...

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ...

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ...

ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୯: ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର...

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ସରକାର

ରାଞ୍ଚି,୨୬।୯: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାର କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ...

ଏନଡିଏ ହିଁ ଏନଡିଏକୁ ହରାଇଛି, ଉପେନ୍ଦ୍ରଙ୍କ ଚମକାଇଭା ଭଳି ବୟାନ

ଔରଙ୍ଗାବାଦ,୨୬।୯: ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟ ସଭା ସଦସ୍ୟ ଉପେନ୍ଦ୍ର କୁଶୱାହ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କର୍ମୀମାନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri