Categories: ଜାତୀୟ

ରାଜନୀତିରୁ ଅବସର ଗୁଜବକୁ ପ୍ରତ୍ୟାଖାନ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, ୩୧।୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜନୀତିରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ମନ୍ତ୍ରୀ ନିଜେ ପ୍ରତିକ୍ରିୟା ରଖିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ରାଜନୀତିରୁ ଅବସର ନେବାକୁ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ଏଥିସହ ଗଣମାଧ୍ୟମକୁ ଦାୟିତ୍ୱବାନ ରହିବାକୁ ନିବେଦନ କରିଛନ୍ତି।

ଏହାପୂର୍ବରୁ ଗୁରୁବାର କେନ୍ଦ୍ର ମନ୍ତ୍ରୀ ମୁମ୍ବାଇ-ଗୋଆ ରାଜପଥର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମହାରାଷ୍ଟ୍ରର ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ବୋଲି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଛନ୍ତି ଯେ, ମୁମ୍ବାଇ-ଗୋଆ ଜାତୀୟ ରାଜପଥ ନଂ ୬୬ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ସୁଦ୍ଧା ଶେଷ ହେବ ଏବଂ ଜାନୁୟାରୀ ୨୦୨୪ରେ ଏହା ଖୋଲିଯିବ।

Share