Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ,୧୨।୧: କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେଶନରେ ଅଛନ୍ତି ।

ନୀତିନ ଟୁଇଟ୍‌ କରି କହିଛନ୍ତି ‘ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ମୁଁ ସମସ୍ତ ପ୍ରୋଟୋକଲ ମାନିବା ସହ ଆଇସୋଲେଶନରେ ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷା କରିବା ସହ ନିଜକୁ ଆଇସୋଲେଶନରେ ରଖିବାକୁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି।

Share