ଏବେ ଫଳାଫଳର ଋତୁ ଆସିଯାଇଛି। ବିଭିନ୍ନ ପରୀକ୍ଷାର ଫଳାଫଳ ଧୀରେ ଧୀରେ ପ୍ରକାଶିତ ହେଉଛି। ସାଧାରଣତଃ ପରୀକ୍ଷାରେ ପିଲା କମ୍ ମାର୍କ ରଖିଲେ ଭାଙ୍ଗିପଡନ୍ତି। ଯେମିତି ସ୍ବପ୍ନ ଚୁରମାର ହୋଇଗଲା ଭଳି ଲାଗେ। ଏଭଳି ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେବା ପାଇଁ ଆଗେଇ ଆସିଛନ୍ତି ଜଣେ ଆଇଏଏସ୍। ନୀତିନ ସାଙ୍ଗଓ୍ବାନ୍ ନାମକ ଏହି ଆଇଏଏସ୍ ଅଫିସର ଜଣଙ୍କ ସୋସିଆଲ ମିଡିଆରେ ନିଜ ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍ ଶେୟାର କରି କହିଛନ୍ତି, ମୋତେ ଦ୍ୱାଦଶ ଶ୍ରେଣୀରେ କେମେଷ୍ଟ୍ରୀରେ ମାତ୍ର ୨୪ ନମ୍ବର ମିଳିଥିଲା। ଯାହାକି ପାସ୍ ନମ୍ବରଠାରୁ ମାତ୍ର ୧ ମାର୍କ ଅଧିକ। କିନ୍ତୁ ତାହା ମୋ ଜୀବନରେ କୌଣସି ଫରକ ପକାଇଲା ନାହିଁ। ଜୀବନ ବୋର୍ଡ ପରୀକ୍ଷା ମାର୍କ ତୁଳନାରେ ବହୁତ ବଡ। ଫଳାଫଳକୁ ଆତ୍ମନିରୀକ୍ଷଣ ଭାବରେ ଦେଖନ୍ତୁ ବୋଲି ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ସାଙ୍ଗଓ୍ବାନଙ୍କ ମାର୍କଶିଟ୍ ଟୁଇଟର୍ରେ ଭାଇରାଲ ହୋଇଛି। ୫୦ ହଜାରୁ ଅଧିକ ଲାଇକ୍ସ ମିଳିଥିବାବେଳେ ୧୩ ହଜାରୁ ଅଦତ୍କ ଲୋକେ ଏଥିରେ କମେଣ୍ଟ କରିଛନ୍ତି।
In my 12th exams, I got 24 marks in Chemistry – just 1 mark above passing marks. But that didn't decide what I wanted from my life
Don't bog down kids with burden of marks
Life is much more than board results
Let results be an opportunity for introspection & not for criticism pic.twitter.com/wPNoh9A616
— Nitin Sangwan (@nitinsangwan) July 13, 2020