Categories: ଜାତୀୟ

ଆସୁଛି ବଜେଟ୍‌, ୪୮ ହଜାର କୋଟି ଟଙ୍କା ଦାବି କଲେ ନୀତିଶ-ନାଇଡ଼ୁ !

ନୂଆଦିଲ୍ଲୀ, ୦୮।୦୭: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚଳିତ ବଜେଟ୍‌କୁ ନେଇ ଆଶାବାଦି ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ଼୍ବାଧୀନ ଏନ୍‌ଡିଏ ସରକାରର ପ୍ରଥମ ବଜେଟ୍‌ ଆସିବାକୁ ଯାଉଛି । ଏଥିପାଇଁ ଦୁଇ ନେତା ସେମାନଙ୍କ ଇଚ୍ଛାପତ୍ର ଅର୍ଥମନ୍ତ୍ରୀଙ୍କୁ ପଠାଇ ଦେଇଛନ୍ତି । ଟିଡିପି ଏବଂ ଜେଡିୟୁ ୨୩ ଜୁଲାଇରେ ଉପସ୍ଥାପନ ହେବାକୁ ଯାଉଥିବା ବଜେଟ୍‌ରେ ୫.୭ ଆରବ ଡଲାର ଅର୍ଥାତ ପାଖାପାଖି ୪୮ ହଜାର କୋଟି ଟଙ୍କା ଦାବି କରିଥିବା ଜଣାପଡ଼ିଛି ।

ରିୟଟର୍ସର ଏକ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ଏବଂ ବିହାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଆଗରେ ଅନେକ ଦାବି ରଖିଛନ୍ତି । ଋଣକୁ ଦୁଇଗୁଣା କରି ପାଖାପାଖି ୧ ଲକ୍ଷ କୋଟି ଟଙ୍କା କରିବାକୁ ସେମାନେ ଦାବି କରିଛନ୍ତି ବୋଲି କୁହାଯାଉଛି ।

Share