Categories: ଜାତୀୟ

କାମସୂତ୍ରର ନୂତନ ଲେଖକ ହୋଇପାରିଛନ୍ତି ନୀତୀଶ: ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୧୩।୧୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ନୀତୀଶ ଯେଉଁ ଦିନ ସେ ମହିଳାମାନଙ୍କୁ ଅପମାନିତ କରିଥିଲେ, ତାଙ୍କର ଅନ୍ତ ସେ ଦିନ ହୋଇଥିଲା। ସେ କାମସୂତ୍ରର ନୂତନ ଲେଖକ ହୋଇଛନ୍ତି। ଏଥିସହ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଭାଜପା ଏମପି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ଗିରିରାଜ ସିଂ ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି। ନୀତୀଶ ନିଜର ସମସ୍ତ ସମ୍ମାନ ହରାଇଛନ୍ତି।

ସଂସଦ କମ୍ପ୍ଲେକ୍ସରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗିରିରାଜ କହିଛନ୍ତି ନୀତୀଶଙ୍କ ଉପରେ ଥିବା ସମଗ୍ର ଦେଶବାସୀଙ୍କର ବିଶ୍ୱାସନୀୟତା ଶେଷ ହୋଇଯାଇଛି । ଏବେ ତାଙ୍କୁ ଜବାବ ବିହାରର ଲୋକେ ଦେବେ।

Share