Categories: ଜାତୀୟ

ବିଷାକ୍ତ ମଦମୃତ୍ୟୁ ପରେ ନୀତୀଶଙ୍କ ମନ୍ତବ୍ୟ: ଯିଏ ପିଇବ ସେ ମରିବ…

ପାଟନା,୧୫।୧୨ : ବିହାରରେ ମଦ ନିଷେଧାଦେଶ ଲାଗୁ ହୋଇଛି। କିନ୍ତୁ ରାଜ୍ୟରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ବିଧାନସଭାର ଶୀତ ଅଧିବେଶନରେ ଭାଜାପ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କୁ ଘେରି ରହିଛି ଏବଂ ଏ ସମ୍ପର୍କରେ ଉତ୍ତର ମାଗୁଛି। ଏପରି ସ୍ଥଳରେ ଗୁରୁବାର ନୀତୀଶ ଦେଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେ ଏନେଇ ଏକ ବଡ ବିବୃତ୍ତି ଦେଇଛନ୍ତି। ନୀତୀଶ କୁମାର କହିଛନ୍ତି ଯେ ବିଷାକ୍ତ ମଦ ଯୋଗୁଁ ସାରା ଦେଶରେ ଲୋକମାନଙ୍କର ମୃତ୍ୟୁ ଘଟୁଛି। କେବଳ ବିହାର ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଘଟଣା ଘଟୁଛି। ଯିଏ ବିଷାକ୍ତ ମଦ୍ୟପାନ କରିବ ସେ ମରିବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ବିହାରରେ ମଦ ନିଷେଧାଦେଶ ସଫଳ ହୋଇଛି। ନୀତୀଶଙ୍କ ଏଭଳି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ଉଷ୍ଣତା ଭରିବା ଆରମ୍ଭ କରିଛି।

Share