Categories: ଜାତୀୟ

ଇଂଲିଶ୍‌ ସାଇନବୋର୍ଡ ଦେଖି ରାଗିଲେ ନୀତୀଶ

ପାଟନା, ୨୮ା୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବାଙ୍କା ଜିଲାକୁ ଏକ ପାଠାଗାର ଉଦ୍‌ଘାଟନ ପାଇଁ ଯାଇଥିଲେ। ନୂଆକରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରିରେ ଲିଂଲିଶ୍‌ରେ ସାଇନବୋର୍ଡ ଥିବା ଦେଖି ନୀତୀଶ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ଭର୍ତ୍ସନା କରିଥିଲେ।

ଆପଣମାନେ ହିନ୍ଦୀ ଭାଷାର ଗୁରୁତ୍ୱକୁ ଶେଷ କରୁଛନ୍ତି। ହିନ୍ଦୀ ଆମ ନିଜ ଭାଷା ଓ ପରମ୍ପରାର ଏକ ଅଂଶ। ଆମେ ବ୍ରିଟିଶ୍‌ କାଳରେ ନାହୁଁ ବୋଲି କହିବା ସହ ତୁରନ୍ତ ସେହି ସାଇନବୋର୍ଡକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ମାର୍ଚ୍ଚରେ ମଧ୍ୟ ପାଟନାରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ଜଣେ ଚାଷୀ ଇଂଲିଶ୍‌ କହୁଥିବା ଦେଖି ନୀତୀଶ ରାଗି ଯାଇଥିଲେ।

Share