Categories: ଜାତୀୟ

ଫ୍ଲୋର ଟେଷ୍ଟ ପୂର୍ବରୁ ରିଲାକ୍ସ ମୁଡରେ ନୀତୀଶ

ପାଟନା,୧୨।୨: ସୋମବାର ବିହାର ବିଧାନସଭାରେ ଏନଡିଏ ମିଳିତ ସରକାରଙ୍କ ଅଗ୍ନୀ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାର ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ବିହାର ବିଧାନସଭାରେ ବହୁମତ ହାସଲ କରିବାକୁ ପଡିବ। ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ବିଧାନସଭାରେ ବିଧାୟକଙ୍କ ନିକଟରେ ପହଞ୍ଚିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ପ୍ରାୟ ୧୦ଟା ୨୦ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଫେ୍‌ଲାର ଟେଷ୍ଟରେ ଭାଗ ନେବାକୁ ପହଞ୍ଚିଥିଲେ।

ଏହି ସମୟରେ ନୀତୀଶ କୁମାରଙ୍କ ଚେହେରାା ଭାଷା ବହୁତ ସକାରାତ୍ମକ ଦେଖାଯାଉଥିଲା। ଯେତେବେଳେ ସେ ବିଧାନସଭାରେ ପହଞ୍ଚିଲେ ସେତେବେଳେ ସେ ବହୁତ ରିଲାକ୍ସ ଦେଖାଯାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଦେଖାଯାଉଥିବା ବେଳେ ସେ ଦୁଇଥର ହାତ ମିଳାଇ ସାମ୍ବାଦିକମାନଙ୍କୁ ଅଭିବାଦନ ଜଣାଇଥିଲେ। ଯଦିଓ ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିବା କେତେଜଣ ମନ୍ତ୍ରୀ ଏବଂ ଜେଡିୟୁ ବିଧାୟକମାନେ ମଧ୍ୟ ବିଜୟ ସଙ୍କେତ ଦେଖାଇଥିଲେ, କିନ୍ତୁ ନୀତୀଶ କୁମାର ସାମ୍ବାଦିକମାନଙ୍କୁ ହାତ ମିଳାଇ ଅଭିବାଦନ ଜଣାଇଥିଲେ ଏବଂ ଏହାପରେ ସେ ବିଧାନସଭାରେ ପ୍ରବେଶ କରିଥିଲେ। ବିହାର ବିଧାନସଭାର ପ୍ରକ୍ରିୟା ସକାଳ ୧୧ ଟାରୁ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଉଭୟ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ନେତୃତ୍ୱରେ ପଦଯାତ୍ରା କରି ଭାଜପା ବିଧାୟକମାନେ ବିଧାନସଭାରେ ପ୍ରବେଶ କରିଥିଲେ। ଭାଜପା ନେତାମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଉଥିବାର ନଜର ଆସିଥିଲେ। ଏହି ସମୟ ମଧ୍ୟରେ ଏନଡିଏ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଥିବାବେଳେ ଅନ୍ୟପକ୍ଷରେ ସମ୍ରାଟ ଚୌଧୁରୀ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି ଏବଂ ସେ ତେଜସ୍ବୀ ଯାଦବଙ୍କୁ ଖେଳନା ଦେବେ ବୋଲି କହିଛନ୍ତି। ସମସ୍ତ ଦଳ ବିହାର ବିଧାନସଭାରେ ପହଞ୍ଚିବାର ପ୍ରକ୍ରିୟା ଜାରି ରହିଛି।
ସୂଚନାଯୋଗ୍ୟ, ବିହାର ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୨୪୩ ଅଟେ। ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ୧୨୨ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏନଡିଏ ଦାବି କରିଛି ଯେ ଏହାର ୧୨୮ ବିଧାୟକଙ୍କ ଶକ୍ତି ରହିଛି, ଯେଉଁଥିରେ ଭାଜପାରୁ ୭୮, ଜେଡିୟୁରୁ ୪୫, ହାମରୁ ୪ ଏବଂ ଜଣେ ସ୍ବାଧୀନ ସୁମିତ କୁମାର ସିଂ ଅଛନ୍ତି।

Share