Posted inଜାତୀୟ

ପ୍ରତିଶ୍ରୁତି ଦେଇ ହରଡ଼ଘଣାରେ ନୀତୀଶ: ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ନେଇ ଦାବି ତେଜିଲା…

ପାଟନା,୩।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର ୬୩ ପ୍ରତିଶତ। ଏହି ରିପୋର୍ଟରେ ଦର୍ଶାଯାଇଛି ଅନୁସୂଚିତ ଜାତି (ଏସଟି) ୧୯ ପ୍ରତିଶତରୁ ଅଧିକ ଏବଂ ଅନୁସୂଚିତ ଜନଜାତି (ଏସଟି)ଙ୍କ ସଂଖ୍ୟା ୧.୬୮ ପ୍ରତିଶତ ରହିଛି। ବିହାରର ଜନସଂଖ୍ୟାରେ ଉଚ୍ଚ ଜାତିଙ୍କ ସଂଖ୍ୟା ୧୫.୫୨ ପ୍ରତିଶତ।

ବିହାର ଜାତି-ଆଧାରିତ ସର୍ବେକ୍ଷଣରେ ମୋଟ ଜନସଂଖ୍ୟାକୁ ୧୩ କୋଟିରୁ ଅଧିକ ରଖାଯାଇଛି। ରିପୋର୍ଟ ଦର୍ଶାଉଛି ପଛୁଆ ବର୍ଗ (ଓବିସି) ଜନସଂଖ୍ୟା ୨୭ ପ୍ରତିଶତ ହୋଇଥିବାବେଳେ ଅତ୍ୟଧିକ ପଛୁଆ ବର୍ଗ (ଇବିସି) ୩୬ ପ୍ରତିଶତ ରହିଛି। ପଛୁଆ ଏବଂ ଅତ୍ୟଧିକ ପଛୁଆ ବର୍ଗ, ଯାହା ଅନ୍ୟ ପଛୁଆ ବର୍ଗ (ଓବିସି) ଭାବରେ ଜଣାଶୁଣା, ବିହାର ଜନସଂଖ୍ୟାର ୬୩ ପ୍ରତିଶତ ରହିଛନ୍ତି। ଏଥି ସହିତ ଭୁମିହରାଙ୍କର ଜନସଂଖ୍ୟା ୨.୮୬ପ୍ରତିଶତ, ବ୍ରାହ୍ମଣ ୩.୬୬ ପ୍ରତିଶତ, କୁର୍ମି ୨.୮୭ ପ୍ରତିଶତ, ମୁସାହର ୩ ପ୍ରତିଶତ ଏବଂ ଯାଦବ ୧୪ ପ୍ରତିଶତ ରହିଛନ୍ତି।

ଏହି ସମୟରେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ହେବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଜନଗଣନା ପଛର କାରଣ ବର୍ଣ୍ଣନା କରିବାବେଳେ ବିହାର ସରକାର କହିଥିଲେ ଯେଉଁ ବର୍ଗଙ୍କ ସଂଖ୍ୟା ଅଧିକ, ତାଙ୍କୁ ଅଧିକ ଅଂଶ ଦିଆଯିବା ଉଚିତ।
ଏ ବାବଦରେ ସୋସିଆଲ ମିଡିଆ ୟୁଜରମାନେ ଲେଖିଛନ୍ତି, ସରକାରଙ୍କ କଥା ସତ୍ୟ, ତେଣୁ ଆପଣମାନେ କେବେ ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଛନ୍ତି?
ବିହାରରେ୧୭.୭୦ ପ୍ରତିଶତ ମୁସଲମାନ ଅଛନ୍ତି, ଯାହା ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସର୍ବାଧିକ। ବିହାର ବର୍ତ୍ତମାନ ମୁସଲମାନ ମୁଖ୍ୟମନ୍ତ୍ରୀ ଆବଶ୍ୟକ କରୁଛି। ଜନସଂଖ୍ୟା ଆଧାରରେ ଏବଂ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ଜଣେ ମୁସଲମାନ ମୁଖ୍ୟମନ୍ତ୍ରୀ ରହିବା ଉଚିତ ବୋଲି ୟୁଜରମାନେ କହିଛନ୍ତି।

ତେବେ ପ୍ରତିଶ୍ରୁତି ଦେଇ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri