Categories: ଜାତୀୟ

ଖାର୍ଗେଙ୍କ ଫୋନ ପରେ ଆକ୍ଟିଭ ହେଲେ ନୀତୀଶ!

ପାଟନା,୧୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିନରୁ ଶୁଣିବାକୁ ମିଳୁଥିଲା କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିପାରନ୍ତି। ପୁଣିଥରେ ସେ ସେଠାରେ ବିରୋଧୀ ଏକତାକୁ ଏକାଠି କରିବାକୁ ଚେଷ୍ଟା କରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଘରର ପଛବାଟ ଦେଇ ଏୟାରପୋର୍ଟ ଚାଲିଯାଇଛନ୍ତି। ସେ କୌଣସି ବୟାନ ଦେଇନାହାନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଳ ସଂସାଧନ ମନ୍ତ୍ରୀ ସଞ୍ଜୟ ଝା ବି ଦିଲ୍ଲୀ ଗସ୍ତ କରିଛନ୍ତି। କୁହାଯାଉଛି କି ନୀତୀଶ କୁମାର ଦିଲ୍ଲୀରେ ସମସ୍ତ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ୍‌ କରିବେ। ଭାରତୀୟ ଜନତା ପାର୍ଟି(ଭାଜପା)କୁ କେମିତି କ୍ଷମତାଚ୍ୟୁତ କରିବେ ତାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ। ନୀତୀଶ କୁମାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି ପାରନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀଙ୍କୁ ଏକାଠି କରି ଭାଜପା ବିରୋଧରେ ଲଢିବେ। ହେଲେ କଂଗ୍ରେସ ସେତେବେଳେ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶାନ୍ତ ହୋଇଯାଇଥିଲେ। ବିରୋଧୀ ଏକତା ଥଣ୍ଡା ପଡିଯାଇଥିଲା। ଏବେ କୁହାଯାଉଛି କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଯେମିତି ନୀତୀଶଙ୍କୁ ଫୋନ କରିଛନ୍ତି, ଏହାପରେ ସେ ଆକ୍ଟିଭ ହୋଇଯାଇଛନ୍ତି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଯିବା ପରେ କଂଗ୍ରେସ କୋଉଠି ନା କୋଉଠି ନୀତୀଶଙ୍କ ପ୍ରତି ସପ୍ଟ କର୍ନର ଦେଖାଉଥିବା ନଜର ଆସିଛି।

Share