Categories: ଜାତୀୟ

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରତିନିଧିତ୍ୱ କରିଥିବା ଜଣାପଡିଛିି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୀତିଶଙ୍କ ଅନୁପସ୍ଥିତିର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହା ପ୍ରଥମ ଘଟଣା ନୁହେଁ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାଁନ୍ତି। କିନ୍ତୁ ଏପରି ସମୟରେ ତାଙ୍କର ସାମିଲ୍‌ ନ ହେବାର କାରଣ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ସିଏମ ନୀତୀଶ କୁମାର ପୂର୍ବରୁ ଏଭଳି ବୈଠକରେ ଯୋଗ ଦେଇ ନାହାନ୍ତି। ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି, ଏଥର ମଧ୍ୟ ଉଭୟ ଉପମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ବିହାରର ଚାରିଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଆୟୋଗର ସଦସ୍ୟ। ସେମାନେ ଏହି ବୈଠକରେ ସାମିଲ୍‌ ଅଛନ୍ତି।

Share