Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ, ୧୩।୧୧-ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଶୁକ୍ରବାର କହିଛନ୍ତି। ଏନ୍‌ଡିଏ ଆନୁଷ୍ଠାନିକ ଭାବେ ନେତା ବାଛିବାର ଦୁଇଦିନ ପୂର୍ବରୁ ନୀତୀଶ କୁମାର ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଫଗୁ ଚୌହାନଙ୍କୁ ପ୍ରଦାନ କରିବା ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୯ରେ ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଥିବାବେଳେ ରବିବାର ଏନ୍‌ଡିଏ ବୈଠକରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ।

Share