Categories: ଜାତୀୟ

ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଦକ୍ଷତା ରହିଛି: କୁଶଓ୍ବାହା

ପାଟନା,୧।୮: ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି ବୋଲି ଜେଡିୟୁ ସଂସଦୀୟ ଦଳର ନେତା ଉପେନ୍ଦ୍ର କୁଶଓ୍ବାହା ରବିବାର କହିଛନ୍ତି। ନୀତୀଶ କୁମାର ପ୍ରକୃତରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ସାମର୍ଥ୍ୟ ଅଛି। ଯଦିଓ ଆମେ ଏବେ ଏନଡିଏରେ ଅଛୁ ଏବଂ ଆମର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି। ସେ ମଧ୍ୟ ଭଲ କାମ କରୁଛନ୍ତି। କୁଶଓ୍ବାହା କହିଛନ୍ତି ଯେ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଧାନମନ୍ତ୍ରୀ କିନ୍ତୁ ତାଙ୍କ ବ୍ୟତୀତ ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରଖିଛନ୍ତି। ସେମାନଙ୍କ ମଧ୍ୟରେ ନୀତୀଶ କୁମାର ମଧ୍ୟ ଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।

Share