Categories: ଜାତୀୟ

ପୋଷାକ ଭଳି ଦଳ ପରିବର୍ତ୍ତନ କରୁଛନ୍ତି ନୀତୀଶ କୁମାର: ଚିରାଗ ପାସଓ୍ବାନ…

ପାଟନା,୨୧।୧୦ : ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ କଡ଼ା ସମାଲୋଚନା କରିଛନ୍ତି। ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟରେ ଯୋଗଦେବା ନେଇ କହିଛନ୍ତି ସେ ପୋଷାକ ପରି ଦଳ ପରିବର୍ତ୍ତନ କରୁଛନ୍ତି। ତ୍‌jଙ୍କ୍ର କିଛି ମଧ୍ୟ ନୀତି ନିୟମ ନାହିଁ।

ଇଣ୍ଡିଆ ମେଣ୍ଟରେ ଥିବା ନୀତୀଶ ଏବେ ଏନଡିଏ ଆଡକୁ ଚାହିଁଛନ୍ତି। ଏହା ତାଙ୍କର ଅଭ୍ୟାସ । ମାତ୍ର ଏଭଳି ଅଭ୍ୟାସ ଆଉ ବେଶି ଦିନ ଚାଳିବ ନାହିଁ।

ଜନସାଧାରଣ ତାଙ୍କୁ ୨୦୨୪ର ଲୋକସଭା ନିର୍ବାଚନ ଏବଂ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଉଚିତ ଶିକ୍ଷା ଦେବେ। ତାଙ୍କର ଭୁଲ ରାଜନୀତି ଯୋଗୁ ଆଜି ଜେଡିୟୁ ବିହାରର ତୃତୀୟ ଦଳ ହୋଇ ରହିଛି। ଆଗାମୀ ଦିନରେ ବିହାରରେ ଶୂନରେ ଜେଡିୟୁ କ୍ଲିନ ବୋଲ୍ଡ ହେବ। ୧୩ କୋଟି ବିହାର ବାସୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ନୁହଁନ୍ତି। ଆଜି ସେ ସମଗ୍ର ବିହାରକୁ ଜାତିଗତ ରେଖାରେ ବିଭକ୍ତ କରି ବ୍ରିଟିଶମାନଙ୍କର ବିଭାଜନ ନିୟମ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସେ ଜାତି ଆଧାରରେ ବିହାରବାସୀମାନଙ୍କୁ ଭାଗ ଭାଗ କରି ଶାସନ କରିବାକୁ ଚାହୁଁଛନ୍ତି। ଜନସାଧାରଣ ଏହାକୁ ବୁଝି ସାରିଛନ୍ତି। ସେମାନେ ଏହାର ଜବାବ ଦେବେ।

Share