Categories: ଜାତୀୟ

ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ନୀତିଶ କଲେ ବଡ଼ ଖୁଲାସା

ପାଟନା,୨୭।୮: ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ଦୁଇଥର ବିରୋଧୀ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ତୃତୀୟ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୩୧ ଅଗଷ୍ଟରେ ମୁମ୍ବାଇ ଯିବେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଏନ୍‌ଡିଏ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛି। ଏନେଇ ମୁମ୍ବାଇ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ମୁମ୍ବାଇ ବୈଠକକୁ ନେଇ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ମୁଁ ବୈଠକୁ ସାମିଲ ହେବାକୁ ଯାଉଛି। ମୁଁ ବ୍ୟକ୍ତିଗତ କିଛି ଚାହେଁ ନାହିଁ। ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବାକୁ ଚାହୁଁଛି। ମୁଁ ଯାଉଛି, ଅନ୍ୟ କେତେକ ଦଳ ମଧ୍ୟ ଯୋଗଦେବେ। କେହି ଯାହା କୁହନ୍ତି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାଜପାର ଅଭିଯୋଗ ଉପରେ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ଏବେ ଆଉ କିଛି ଦଳ ଆସିବେ। ମୁଁ ଏହା ପୂର୍ବରୁ ମଧ୍ୟ କହିଛି ଯେ ମୁଁ ବ୍ୟକ୍ତିଗତ ଭାବରେ କିଛି ଚାହେଁ ନାହିଁ।

Share