Categories: ଜାତୀୟ

ବିହାରରେ ଗଠବନ୍ଧନ ଛାଡ଼ି ପୁଣି ଭାଜପା ସହ ହାତ ମିଶାଇ ପାରନ୍ତି ନୀତୀଶ କୁମାର:ରିପୋର୍ଟ

ନୂଆଦିଲ୍ଲୀ,୨୫ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ଶିବିର ବଦଳାଇବାର ଆଲୋଚନା ହେଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀତୀଶ କୁମାର ଶେଷ ମୁହୂର୍ତ୍ତରେ ୟୁ-ଟର୍ନରେ ମାରି ଆସନ୍ତା ଲୋକସଭା ନିର୍ବାଚନରେ ​​ଭାଜପା ସହ ହାତ ମିଶାଇ ପାରନ୍ତି।

ଗତ ଦୁଇ ଦିନରେ ଦୁଇ ପ୍ରମୁଖ ନେତା ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ କରିବାକୁ ମନା କରି ଦେଇଥିଲେ।

ଅନ୍ୟପଟେ ନୀତିଶ କୁମାରଙ୍କ ପାଇଁ ଏହା ଶିବିରରେ ପଞ୍ଚମ ଥର ପରିବର୍ତ୍ତନ ହେବ। ୨୦୧୩ ଠାରୁ ସେ ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ ଗୋଷ୍ଠୀ ପରିବର୍ତ୍ତନ କରିଛନ୍ତି। ସେ ୨୦୨୨ ରେ ଶେଷ ଗୋଷ୍ଠୀ ପରିବର୍ତ୍ତନ କରିଥିଲେ – ଦୁଇ ବର୍ଷ ପରେ ସେ ଗ୍ରାଣ୍ଡ ଆଲାଇନ୍ସରୁ ବାହାରି ଏନଡିଏରେ ଯୋଗ ଦେଇଥିଲେ।

ଗତ ସପ୍ତାହରେ ନୀତିଶ କୁମାର ରାଜନୀତିରେ ପରିବାରବାଡ଼ ଉପରେ ମନ୍ତବ୍ୟ ଦେଇଥିଲେ। ଯାହାଦ୍ଵାରା ସେ ପରୋକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ପରେ ଲାଲୁଙ୍କ ଝିଅ ମଧ୍ୟ ପରୋକ୍ଷରେ ନିତୀଶଙ୍କ ସମାଲୋଚନା କରିଥିଲେ। ଏହାରି ମଧ୍ୟରେ ଇଣ୍ଡିଆରେ ଚାଲିଥିବା ଟଣା ଓଟରାରେ କୌଣସି ବାସ୍ତବିକ ଚିତ୍ର ମିଳୁ ମନଥିବାରୁ ନୀତିଶ କୁମାର ଅସନ୍ତୋଷ ଥିବା କୁହାଯାଉଛି। ଯେଉଁଥିପାଇଁ ସେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତରେ ସାମିଲ ନ ହୋଇପାରନ୍ତି।

Share