Categories: ଜାତୀୟ

‘ଇ.ଣ୍ଡି.ଆ’ ମହାମେଣ୍ଟକୁ ନେଇ ବଡ ଘୋଷଣା କଲେ ନୀତୀଶ କୁମାର,  ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ପାଟନା,୨।୯: ମୁମ୍ବାଇରେ ଇ.ଣ୍ଡି.ଆ ଆଲାଇନ୍ସର ବୈଠକର ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନୀତୀଶ କହିଛନ୍ତି। ସେ କହିଛନ୍ତ, ଭାଜପା ଡରି ଯାଇଛି ସେଥିପାଇଁ ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ ଉଠାଇଛି।

ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ପାଞ୍ଚଟି କମିଟି ଗଠନ କରାଯାଇଛି, ଯାହା ପରବର୍ତ୍ତୀ କାର୍ଯ୍ୟକ୍ରମ ଓ ସିଟ୍‌ ଭାଗବଣ୍ଟା ନେଇ ଆଲୋଚନା ଆରମ୍ଭ କରିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜାତୀୟ ସ୍ତରରେ ଏକ ବଡ଼ କାର୍ଯ୍ୟକ୍ରମ ହେବ। ସବୁ ନେତା ମିଳିମିଶି ଏହାକୁ ଆରମ୍ଭ କରିବେ ବୋଲି ସେ କହିଛନ୍ତି।

ଭାଜପା ବିରୋଧୀ ମେଣ୍ଟକୁ ନେଇ ଡରି ଯାଇଛି ସେଥିପାଇଁ ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ ଗୃହରେ ଆଗତ କରିବା ପାଇଁ ଯୋଜନା କରୁଛି। ଗୃହରେ ଏହି ପ୍ରସ୍ତାବ ଆସିଲେ ମୁଁ ସେତେବେଳେ ଏହା ଉପରେ ନିଜର ମତାମତ ରଖିବେ। ଯବି ଏକ ଦେଶ ଏକ ନିର୍ବାଚନ ବିଷୟରେ ପଥା ହେଉଛନ୍ତି ତେବେ ଦେଶରେ ଜନଗଣନା ମଧ୍ୟ କରିଦେବା ଉଚିତ୍‌। ଜାତୀୟ ଜନଗଣନା ଉପରେ ମୋଦିଜୀ ଚୁପ୍‌ କାହିଁକି ଅଛନ୍ତି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି।

ସିଟ ଭାଗବଣ୍ଟା ସମ୍ପର୍କରେ ନୀତୀଶ କହିଛନ୍ତି, ସିଟ୍‌ ବାଣ୍ଟିବାରେ କୌଣସି ଅସୁବିଧା ନାହିଁ। ସବୁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଶୀଘ୍ର ସିଟ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହେବ। ପୂର୍ବରୁ ଲୋକମାନେ ଭାବୁଥିଲେ ଯେ କୌଣସି ବିରୋଧୀ ମେଣ୍ଟ ହୋଇପାରିବ ନାହିଁ ମାତ୍ର ଏହା ସମ୍ଭବ ହୋଇଛି।

Share