Posted inଖେଳ

ଆଣ୍ଠେଇ ଆଣ୍ଠେଇ ତିରୁପତିଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ ଏହି କ୍ରିକେଟର, ଶତକ ମାରି ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କର ଭଗବାନଙ୍କ ଉପରେ ବହୁତ ଆସ୍ଥା। କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ସେମାନେ ଭଗବାନଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥାନ୍ତି। ଏଭଳି କିଛି ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନୀତୀଶ ରେଡ୍ଡି କରି ଚର୍ଚ୍ଚାକୁ ଆସିଛନ୍ତି।

ବର୍ଡର ଗାଭାସ୍କର ଟ୍ରଫିରେ ନୀତୀଶ ଭାରତୀୟ ଟିମ୍‌ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ମେଲବର୍ନ ଟେଷ୍ଟରେ ଶତକ ଲଗାଇଥିଲେ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୫ ଟେଷ୍ଟ ମ୍ୟାଚ୍‌ରେ ସେ ୩୭.୨୫ ହାରରେ ୨୯୮ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂ ଅନେକଙ୍କୁ ପ୍ରଭାବିତ କରିଥିଲା। ପ୍ରଶଂସକ ମଧ୍ୟ ନୀତୀଶଙ୍କ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ।

ଅଷ୍ଟ୍ରେଲିଆରୁ ଫେରିବା ପରେ ନୀତୀଶଙ୍କୁ ଆଉ ଏକ ଖୁସିଖବର ମିଳିଥିଲା। ବିସିସିଆଇ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଚୟନ କରିଛି। ଏମିତିରେ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଏବଂ ତାଙ୍କ ଆଶୀର୍ବାଦ ନେବାକୁ ତିରୁପତିରେ ପହଞ୍ଚିଥିଲେ। କ୍ରିକେଟର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ମନ୍ଦିର ସିଢ଼ିରେ ଆଣ୍ଠେଇ ଆଣ୍ଠେଇ ଚଢ଼ୁଥିବା ଦେଖାଯାଇଛି। ଏହା ତାଙ୍କ ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଦର୍ଶାଉଥିବା ପ୍ରଶଂସକ ପ୍ରତିକ୍ରିୟା ରଖୁଛନ୍ତି।

ନୀତୀଶ ଏଯାବତ ୫ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ପର୍ଥ ଟେଷ୍ଟ ମ୍ୟାଚ୍‌ରେ ନିଜର ଡେବ୍ୟୁ କରିଥିଲେ। ସିରିଜରେ ସେ ୨୯୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଶତକ ଥିଲା। ଆଇପିଏଲ୍‌ରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି। ସେଥିରେ ସେ ୧୫ ମ୍ୟାଚ୍‌ରେ ୩୩.୬୭%ରେ ୩୦୩ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁବତୀ ଜାଣିଶୁଣି ଘରୁ ଚାଲିଯାଇଥିଲେ ଆଉ ରଖିଥିଲେ ଶାରିରୀକ ସମ୍ପର୍କ’, POCSO ମାମଲାରେ ଜେଲରେ ଥିବା ଯୁବକଙ୍କୁ ମୁକ୍ତ କଲେ କୋର୍ଟ

ମୁମ୍ବାଇ,୧୫।୪: ବମ୍ବେ ହାଇକୋର୍ଟ POCSO ମାମଲାରେ ତିନି ବର୍ଷ ଜେଲରେ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ମୁକ୍ତ କରିଛନ୍ତି। ଯୁବକଙ୍କୁ ମୁକ୍ତ କରିବା ସମୟରେ...

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ...

ଶେୟାର ବଜାରରେ ଜବରଦସ୍ତ ଉତ୍ସାହ: ୧୭୫୦ ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ, ଏସବୁ ଷ୍ଟକ୍‌ରେ ବଡ଼ ବୃଦ୍ଧି

ମୁମ୍ବାଇ,୧୫।୪: ଆରବିଆଇ ରେପୋ ହାର ହ୍ରାସ ଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଇଲେକ୍ଟ୍ରୋନିକ୍ସ ଉପରେ ଶୁଳ୍କରୁ ମୁକ୍ତି ଦେବା ପର୍ଯ୍ୟନ୍ତ, ଏସୀୟ ବଜାରରୁ ଭାରତୀୟ ବଜାର...

ବଡ଼ ରେକର୍ଡ କଲେ ଧୋନୀ: ବିଶ୍ୱର ପ୍ରଥମ ଖେଳାଳି ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୫ LSG ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଧିନାୟକ ମହେନ୍ଦ ସିଂ ଧୋନୀ ଏକ ବଡ଼ ରେକର୍ଡ...

Odisha Fishing Ban: ଆଜିଠାରୁ ଓଡ଼ିଶା ଉପକୂଳରେ ମାଛ ଧରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫।୪: ମାଛମାନଙ୍କ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ, ଓଡ଼ିଶା ଉପକୂଳରେ ଏପ୍ରିଲ ୧୫ ତାରିଖରୁ ଦୁଇ ମାସ ପାଇଁ ମାଛ ଧରିବା...

Mehul Choksi: କିଏ ସେହି ମହିଳା? ଯାହାଙ୍କ ଉପରେ ଲାଗିଛି ଚୋକସିଙ୍କୁ ହନିଟ୍ରାପରେ ଫସାଇବାର ଅଭିଯୋଗ

ନୂଆଦିଲ୍ଲୀ,୧୫।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ୧୩,୫୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବେଲଜିୟମ ପୋଲିସର ହେପାଜତରେ ଅଛନ୍ତି। ଭାରତ ଏହି...

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...

ଉପରାଷ୍ଟ୍ରପତିଙ୍କ ହାତରୁ ଖସିପଡିଲା ଫୁଟବଲ କପ୍‌ ଟ୍ରଫି, ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୫।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ଯୋଗୁଁ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image