ପାଟନା, ୧୩ ।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମହାମେଣ୍ଟର ସମସ୍ତ ଦଳର ବିଧାୟକ ଓ ବିଧାନ ପରିଷଦର ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଆଡକୁ ଇସାରା କରି କହିଛନ୍ତି ଏବେ ତେଜସ୍ୱୀ ଯାଦବଙ୍କୁ ଆଗକୁ ବଢାଇବାର ଅଛି । ଏହା ପୂର୍ବରୁ ସୋମବାର ବି ନୀତୀଶ କୁମାର ତେଜସ୍ୱୀଙ୍କୁ ଆଗକୁ ବଢାଇବା କଥା ନାଳନ୍ଦାରେ କହିଥିଲେ । ଏବେ ନୀତୀଶ କହିଛନ୍ତି ମୋର ମୁଖ୍ୟମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ହେବାର କୌଣସ ଇଚ୍ଛା ନାହିଁ । ହେଲେ ତେଜସ୍ୱୀ ଯାଦବଙ୍କୁ ଆଗକୁ ବଢାଇବାର ଅଛି । ଆଉ ଆମର ଲକ୍ଷ୍ୟ ହେଉଛି ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବା ।