Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ବିପକ୍ଷ ଦଳର ନେତା

ପାଟନା,୦୯।୭: ବିହାରର ପୁର୍ଣ୍ଣିଆ ଜିଲା ଅନ୍ତର୍ଗତ ରୁପାଉଲି ଆସନରେ ଉପନିର୍ବାଚନ ହେବାକୁ ଯାଇଛି । ଏଥିପାଇଁ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିପକ୍ଷ ଦଳର ନେତା ତେଜସ଼୍ବୀ ଯାଦବ ଦୁହେଁ ଦୁହିଁକୁ ଟାର୍ଗେଟ୍‌ କରିଛନ୍ତି ।

ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ ବା ଆର୍‌ଜେଡିର ପ୍ରାର୍ଥୀ ବୀମା ଭାରତୀଙ୍କୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ତାଙ୍କୁ ସବୁ ଶିଖାଇଲୁ, ହେଲେ ସେ ଆମକୁ ଛାଡ଼ି ଚାଲିଗଲେ । ତେବେ ନୀତିଶଙ୍କର ଏହି କଥାକୁ ନେଇ ବୀମା ଭାରତୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ମତେ ଜନତା ହିଁ ଏତେ ବାଟରେ ପହଞ୍ଚାଇଛନ୍ତି। ଅନ୍ୟପଟେ ତଜସ଼୍ବୀ ଯାଦବ ନୀତିଶଙ୍କ ଜନତା ଦଳ ଏବଂ ନୀତିଶଙ୍କ ଉପରେ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି।

Share