Categories: ଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦିଆଯିବ ବୋଲି ସେ ଗୁରୁବାର କହିଛନ୍ତି। ବିହାରରେ ନୀତୀଶ କୁମାର ଭାଜପାଠାରୁ ଅଲଗା ହେବା ପରେ ଏବେ ବିରୋଧୀଙ୍କୁ ଏକାଠି କରିବାରେ ଲାଗିପଡିଛନ୍ତି। ୨୦୨୪ ଭାଜପାକୁ ହଟାଇବା ଲକ୍ଷ୍ୟରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି।
ବିହାରରେ ଭାଜପା ହାତ ଛାଡିବା ପରେ ନୀତୀଶ ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ପଦ ଆଶାରେ ସେ ଭାଜପା ହାତ ଛାଡିଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ କୌଣସି ଇଚ୍ଛା ନ ଥିବା ନୀତୀଶ ସ୍ପଷ୍ଟ କରିଛନ୍ତି।

Share