Categories: ଜାତୀୟ

ବିହାରରେ ନବମ ଥର ପାଇଁ ନୀତୀଶ ସରକାର, ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ସହ ନେଲେ ଶପଥ

ପାଟଣା, ୨୮।୧: ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଥିଲେ ମଧ୍ୟ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଭାଜପା ସଭାପତି ଜେ.ପି. ନଡ୍ଡା ଉପସ୍ଥିତ ରହିଥିଲେ।

ନୀତୀଶ କୁମାରଙ୍କ ସମେତ ଶପଥ ୯ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଜେଡିୟୁ ଓ ଭାଜପାରୁ ୩ ଜଣ ଲେଖାଏଁ ଶପଥ ନେଇଥିଲା ବେଳେ ଜଣେ ସ୍ୱାଧୀନ ବିଧାୟକ ଓ ଏଚଏଏମରୁ ଜଣେ ହେଲେ ମନ୍ତ୍ରୀ ହିଛନ୍ତି।

ଭାଜପାରୁ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ପ୍ରେମ କୁମାର ମନ୍ତ୍ରୀ ହୋଇଛନ୍ତି। ସେହିଭଳି ଜେଡିୟୁରୁ ବିଜୟ ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ ମନ୍ତ୍ରୀ ହୋଇଛନ୍ତି। ଏଚଏଏମରୁ ସନ୍ତୋଷ କୁମାର ସୁମନ ମନ୍ତ୍ରୀପଦର ଶପଥ ନେଇଥିଲା ବେଳେ ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂ ମନ୍ତ୍ରୀପଦର ଶପଥ ନେଇଛନ୍ତି।

ଭାଜପା ନେତା ସମ୍ରାଟ ଚୌଧୁରୀ ବିହାରର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୁଶୱା ଜାତିର ଏବଂ ବିହାର ଭାଜପା ସଭାପତି। ସେ ଭେଟେରାନ ନେତା ଶକୁନି ଚୌଧୁରୀନ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ବ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ସମ୍ବଳ ମନ୍ତ୍ରୀ ଥିଲେ।

ନୀତୀଶ କୁମାର ରବିବାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାର ତୁରନ୍ତ ପରେ କଂଗ୍ରେସ ତୁରନ୍ତ ଟ୍ରଷ୍ଟ ଭୋଟ୍ ଦାବି କରିଛି। ରାଜ୍ୟ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂ କହିଛନ୍ତି ଯେ ଅନେକ ଜେଡିୟୁ ବିଧାୟକ ଅସନ୍ତୋଷ ଅଛନ୍ତି ଏବଂ ଫ୍ଲୋର ଟେଷ୍ଟରେ ସବୁକିଛି ସ୍ପଷ୍ଟ ହୋଇଯିବ। ସେ କହିଛନ୍ତି ଯେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖି ବିହାରର ଲୋକମାନେ ଅପମାନିତ ହେଉଛନ୍ତି।

Share