Categories: ଜାତୀୟ

ହାରିଗଲେ ଶିକ୍ଷା ମନ୍ତ୍ରୀ

ପାଟନା, ୧୧।୧୧: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍‌କା ଲାଗିଛି। ଗୋଟିଏ ପଟେ ତାଙ୍କ ଦଳ ଜେଡିୟୁ ଚଳିତ ନିର୍ବାଚନରେ ୨୮ଟି ଆସନ ହରାଇଥିବା ବେଳେ ଅନ୍ୟ ପଟେ ସରକାର ସାମିଲ ଥିବା ୩ ଜଣ ମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଶର୍ମା, ସାମାଜିକ କଲ୍ୟାଣ ମନ୍ତ୍ରୀ ରାମସେବକ ସିଂ ଏବଂ ଶିକ୍ଷା ମନ୍ତ୍ରୀ କୃଷ୍ଣନନ୍ଦନ ବର୍ମା ଅଛନ୍ତି। ମୁଜାଫରପୁର ବିଧାନସଭା ଆସନରେ ସୁରେଶ ଶର୍ମା କଂଗ୍ରେସ ପ୍ରାର୍ଥୀ ବିଜୟନ୍ଦ୍ର ଚୌଧୁରୀଙ୍କଠାରୁ ୬ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। ଏଥି ସହିତ, ରାମସେବକ ସିଂଙ୍କୁ ଆରଜେଡି ପ୍ରାର୍ଥୀ ରାଜେଶ କୁମାର ରାମସେବକଙ୍କୁ ପରାସ୍ତ କରିଛନ୍ତି। ବିହାର ସରକାରରେ ଜେଡିୟୁ ନେତା ତଥା ଶିକ୍ଷା ମନ୍ତ୍ରୀ କୃଷ୍ଣନନ୍ଦନ ବର୍ମା ଆରଜେଡି ପ୍ରାର୍ଥୀ ସୁଦୟ ଯାଦବଙ୍କଠାରୁ ପରାସ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ମଧ୍ୟ କୃଷ୍ଣନନ୍ଦନଙ୍କୁ ଟିକେଟ ଦିଆଯିବାକୁ ନେଇ ବିରୋଧ କରାଯାଇଥିଲା। କୁହାଯାଏ ବିହାରର ଶିକ୍ଷକ ସଂଗଠନ ତାଙ୍କ ଉପରେ ବହୁତ ରାଗିଥିଲେ। ସୂଚନାଯୋଗ୍ୟ, ୨୪୩ଟି ଆସନରୁ ଏନଡିଏକୁ ୧୨୫ଟି ଆସନ, ମହାମେଣ୍ଟକୁ ୧୧୦ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ ୮ ଟି ଆସନ ପାଇଛନ୍ତି। ଭାଜପା ୬୯, ଜେଡିୟୁ ୪୧, ଆରଜେଡି ୭୨, କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛନ୍ତି।

Share