Categories: ଜାତୀୟ

ନୀତୀଶ କୁମାର ହେବେ ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ,୧୯।୭: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକରେ ନୀତୀଶ କୁମାରଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ ନୀତୀଶଙ୍କୁ ସଂଯୋଜକ କରିବା ନେଇ ନିଷ୍ପତ୍ତି ହୋଇଛି। ମୁମ୍ବାଇରେ ଏହାର ଘୋଷଣା କରାଯିବ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହା ମଧ୍ୟ କହିଛନ୍ତି ଯେ,୧୧ ଜଣ ସଦସ୍ୟଙ୍କ ଏକ ସମନ୍ବୟ ଦଳ ଗଠନ କରାଯିବ, ଯେଉଁଥିରେ ଜଣେ ସଂଯୋଜକ ରହିବେ।

ଜୁଲାଇ ୧୭ ଏବଂ ୧୮ରେ ବେଙ୍ଗାଲୁରୁରେ ବିରୋଧୀ ଦଳର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୬ଟି ଦଳ ସାମିଲ ହୋଇଥିଲେ। ଏହାପୂର୍ବରୁ ପାଟନାରେ ଅନୁଷ୍ଠିତ ପ୍ରଥମ ବୈଠକରେ ୧୫ ବିରୋଧୀ ଦଳ ଅଂଶଗ୍ରହଣ କରିଥିଲେ।

Share