Categories: ଜାତୀୟ

ଦିଲ୍ଲୀରେ ଖାର୍ଗେଙ୍କୁ ଭେଟିବେ ନୀତୀଶ

ନୂଆଦିଲ୍ଲୀ,୨୨।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବେ। ଏହି ସମୟରେ ନୀତୀଶଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ରହିବେ। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦିକଟରେ ମୁଖ୍ୟମନ୍ତ୍ରୀ ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିଥିଲେ।

ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବ ଏପ୍ରିଲ ୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ନୀତୀଶ ପ୍ରଥମେ ଖାର୍ଗେଙ୍କୁ ଭେଟିଥିଲେ ଏବଂ କଂଗ୍ରେସରୁ ସବୁଜ ସଙ୍କେତ ପାଇବା ପରେ ସେ ବିରୋଧୀ ଏକତା ପାଇଁ ସଭା ଆରମ୍ଭ କରିଥିଲେ।

Share