Categories: ଜାତୀୟ

ଆଉ ନିର୍ବାଚନ ଲଢ଼ିବେନି ନୀତୀଶ କୁମାର

ପାଟନା, ୫।୧୧-ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ନିର୍ବାଚନ ଲଢ଼ିବେନି। ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ନୀତୀଶ ଗୁରୁବାର ପୁର୍ନିଆର ଧାମଧାହାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି। ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ତାଙ୍କର ଏଭଳି ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି। ୭ ତାରିଖରେ ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବାବେଳେ ୧୦ରେ ଭୋଟଗଣତି ହେବ। ୬୯ ବର୍ଷୀୟ ଜେଡିୟୁ ମୁଖ୍ୟ ନୀତୀଶ ଏଥର ନିର୍ବାଚନରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଛନ୍ତି।

Share